Latest Odisha News

BREAKING NEWS

୩ ବନ୍ଧୁକ ଜବତ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ସହ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫଙ୍କ ଠାରୁ ୩ଟି ସେମି ଅଟୋମେଟିକ୍ ପିସ୍ତଲ୍ ସହ ୧୦ଟି ଗୁଳି, ମୋବାଇଲ୍ ଓ ଛୁରି ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର ସୌମ୍ୟରଞ୍ଜନ ବିଶ୍ଵାଳ, ରଘୁପତି ନଗରର ମିଲନ ମିଶ୍ର, ସୁଆର ସାହିର ଦୀପକ ସୁଆର ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ । ଏମାନେ ହୁଳୁହୁଳିଆ ପୋଲ ନିକଟ ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ଓ ତାଳବଣିଆ ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି ।

କୁଖ୍ୟାତ ଅପରାଧୀ ମନୁଆ ବିରୋଧରେ ବିଭିନ୍ନ ଥାନାରେ ୧୮ଟି ମାମଲା ରହିଛି । ଗତ ୨୯ ଦିନ ଧରି ଗୁଇନ୍ଦା ବିଭାଗ ତାର ଗତିବିଧି ଉପରେ ନଜର ରଖିଥିବା ବେଳେ ମନୁଆ ତାର ଲୋକେସନ୍ ବାରମ୍ବାର ବଦଳାଉଥିଲା ।

Leave A Reply

Your email address will not be published.