Latest Odisha News

BREAKING NEWS

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣଙ୍କର ଜୀବନ ଗଲା

ବୋଟାଡ୍: ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣଙ୍କର ଜୀବନ ଗଲା। ଗୁଜରାଟର ବୋଟାଡ୍ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ମଧ୍ୟାହ୍ନ ସମୟରେ କୃଷ୍ଣା ସାଗର ହ୍ରଦରେ ଗାଧଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।

BjdElectrycity

ମିଳିଥିବା ସୂଚନା ଅନୁସାରେ,  କୃଷ୍ଣା ସାଗର ହ୍ରଦରେ ପ୍ରଥମେ ଦୁଇ ସାଙ୍ଗ ପହଁରୁଥିବା ବେଳେ ହଠାତ୍ ସେମାନେ ବୁଡ଼ିବାକୁ ଲାଗିଲେ। ଦୁଇ ସାଙ୍ଗର ଏଭଳି ଅବସ୍ଥା ଦେଖି କୂଳରେ ଛିଡ଼ା ହୋଇଥିବା ୩ ସାଙ୍ଗ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ହ୍ରଦକୁ ଡେଇଁଥିଲେ। ହେଲେ ଦୁର୍ଭାଗ୍ୟବ ବଶତଃ ସେମାନଙ୍କର ବି ମୃତ୍ୟୁ ହୋଇଛି।

ଘଟଣା ସମ୍ପର୍କରେ ଅପରାହ୍ନ ୪.୩୦ ବେଳେ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ତଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟା ଆରମ୍ଭ କରିଥିଲା। ହେଲେ ପିଲାମାନଙ୍କ ଜୀବନ ରକ୍ଷା ହୋଇନଥିଲା। ମୃତ ପିଲାମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣା ସମ୍ପର୍କରେ ସୂଚନା ଦେଇ ବୋଟଡ୍ ଏସ୍‌ପି କହିଛନ୍ତି “କୃଷ୍ଣା ସାଗର ହ୍ରଦରେ ବୁଡ଼ିଯାଇ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅପରାହ୍ନରେ ୨ ଜଣ ଛାତ୍ର ହ୍ରଦରେ ପହଁରୁଥିବା ବେଳେ ବୁଡି ଯାଉଥିଲେ।  ଘଟଣା ସ୍ଥଳରେ ଉପସ୍ଥିତ ଥିବା ୩ ଜଣ ତାଙ୍କୁ ଉଦ୍ଧାର କରିବାକୁ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ହେଲେ ସେମାନେ ବି ବୁଡ଼ିଯାଇଥିଲେ। ସମସ୍ତଙ୍କ ବୟସ ପାଖାପାଖି ୧୬-୧୭ ବର୍ଷ ଭିତରେ ହେବ। ” ମାମଲାରେ ତଦନ୍ତ ଜାରି ରହିଛି ଏସ୍‌ପି କିଶୋର ବାଲୋଲିଆ କହିଛନ୍ତି।

Leave A Reply

Your email address will not be published.