Latest Odisha News

ଅଗଷ୍ଟ ୧୫ରେ କେବଳ ଭାରତରେ ନୁହେଁ, ଏହି ଦେଶରେ ବି ପାଳନ ହୁଏ ସ୍ଵାଧିନତା ଦିବସ

ଭୁବନେଶ୍ଵର: ଆଉ ମାତ୍ର କେଇଟା ଦିନ ପରେ ଦେଶ ପାଳନ କରିବ ୭୮ ତମ ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ରେ ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । ତେବେ ଏହି ଦିନ ଉତ୍ସବ କେବଳ ଭାରତ ନୁହେଁ ବରଂ ଏହା ସହିତ ୫ଟି ଦେଶ ମଧ୍ୟ ସେମାନଙ୍କର ସ୍ୱାଧୀନତା ଦିବସ ପାଳନ କରନ୍ତି । ସେହି ଦେଶ ଗୁଡ଼ିକ ହେଲେ-ସାଉଥ କୋରିଆ, ନର୍ଥ କୋରିଆ,କାଙ୍ଗୋ,ବହରିନ ଏବଂ ଲିକଣ୍ଟେଷ୍ଟିନ ।

କଙ୍ଗୋ: କଙ୍ଗୋ ଆଫ୍ରିକା ମହାଦେଶ ମଧ୍ୟରେ ଥିବା ଏକ ଗଣତାନ୍ତ୍ରୀକ ଦେଶ । ଏହି ଦେଶ ଭାରତ ସ୍ଵାଧିନତାର ୧୩ ବର୍ଷ ପରେ ଅର୍ଥାତ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା। ୧୮୮୦ ଠାରୁ ୧୯୬୦ ପର୍ଯ୍ୟନ୍ତ ଏଠାରେ ଫ୍ରାନ୍ସ ରାଜୁତି କରୁଥିଲା । କହିରଖୁଛୁ ଯେ, କ୍ଷେତ୍ରଫଳ ଦୃଷ୍ଟିରୁ କଙ୍ଗୋ ଆଫ୍ରିକା ମହାଦେଶର ତୃତୀୟ ସବୁଠାରୁ ବଡ ଦେଶ ।

ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବାହାରିନ୍ ଛାଡ଼ିବା ଆରମ୍ଭ କରିଥିଲେ। ତେବେ ଏହି ଦେଶ ୧୫ ଅଗଷ୍ଟରେ ତାର ସ୍ଵାଧିନତା ଦିବସ ପାଳନ କରେନାହିଁ । ଅଗଷ୍ଟ ୧୫ ପରିବର୍ତ୍ତେ ସ୍ୱର୍ଗତ ଶାସକ ଇସା ବିନ୍ ସଲମାନ ଅଲ ଖଲିଫାଙ୍କ ସିଂହାସନ ଆରୋହଣ ଦିନ ଅର୍ଥାତ୍ ଡିସେମ୍ବର ୧୬ରେ ଏହି ଦେଶ ସ୍ଵାଧିନତା ଦିବସ ପାଳନ କରିଥାଏ ।

ସାଉଥ କୋରିଆ ଓ ନର୍ଥ କୋରିଆ: ୧୫ ଅଗଷ୍ଟ ୧୯୪୫ରେ ସାଉଥ କୋରିଆ ଓ ନର୍ଥ କୋରିଆ ଜାପାନଠାରୁ ସ୍ୱାଧୀନତା ପାଇଥିଲା। ୧୯୪୫ ମସିହାରେ, ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ। ତେବେ ଛୁଟି ଦିନ ହୋଇ ଥିବାରୁ ଏହି ଦିନରେ ଏଠାରେ ବିବାହ ପରମ୍ପରା ଆରମ୍ଭ ହୋଇଛି ।

ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ଏହାର ସ୍ୱାଧୀନତା ଲାଭ କରିଥିଲା। ସ୍ୱାଧୀନତା ପରେ ଫୁଲବର୍ଟ ୟୁଲୁ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୩ ପର୍ଯ୍ୟନ୍ତ ଶାସନ କରିଥିଲେ। ତେବେ ୫ ଅଗଷ୍ଟ ୧୯୪୦ରେ ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।

Comments are closed.