ନୟାଗଡ଼: ନୟାଗଡ଼ ଜିଲ୍ଲାର ଦୁଇଟି ଗାଁରୁ ପୁଲିସ ୫ଟି ଦେଶୀ ବନ୍ଧୁକ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏହି ବେଆଇନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ ଚଢ଼ାଉ କରିଥିଲା।
ରଣପୁର ଥାନା ଅନ୍ତର୍ଗତ ଖତରିବରାପୁର ଗାଁରେ ଚଢ଼ାଉ କରି କୁମାର ଦଳେଇ, କାଶୀନାଥ ଦଳେଇ ଓ ନିତ୍ୟାନନ୍ଦ ଦଳେଇଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।
ସେହିପରି ଚାନ୍ଦପୁର ଥାନା ଅନ୍ତର୍ଗତ ଜିରାପଡ଼ା ଗ୍ରାମରେ ଚଢ଼ଉ କରି ଶିବ ସୁନ୍ଦର ପ୍ରଧାନ ଓ କେଶବ ଚନ୍ଦ୍ର ନାୟକଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି।
ଜବତ ପରେ ପୁଲିସ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।
Comments are closed.