Latest Odisha News

୬ ଜଣ କରୋନା ପଜିଟିଭଙ୍କ ଆସିଲା ତଥ୍ୟ, ଯାଜପୁରର ୫ ଓ ସୁନ୍ଦରଗଡର ୧ ଚିହ୍ନଟ

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୬ କରୋନା ପଜିଟିଭଙ୍କ ମଧ୍ୟରେ ଯାଜପୁରର ୫ ଜଣ ଅଛନ୍ତି । ଯାଜପୁର ବ୍ଲକର ୩ ଜଣ ଥିବା ବେଳେ କୋରୋଇ ବ୍ଲକର ଜଣେ ଓ ଦଶରଥପୁର ବ୍ଲକର ଜଣେ ଅଛନ୍ତି । ଏମାନେ ସମସ୍ତେ କୋଲକାତାରୁ ଫେରିଥିବା ନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁର ସମସ୍ତ ୫ ଆକ୍ରାନ୍ତ ପୁରୁଷ । ୩ ଜଣଙ୍କ ବୟସ ୫୦ରୁ ଅଧିକ ରହିଥିବା ବେଳେ ଅନ୍ୟ ୨ ଜଣଙ୍କ ବୟସ ୨୮ ଓ ୩୨ ବର୍ଷ ରହିଛି । ସମସ୍ତେ କୋଲକତାର ହାୱାଡ ଓ ବଡ ବଜାର ଅଂଚଳରେ ଶ୍ରମିକ ଭାବେ କାମ କରୁ୍‌ଥିଲେ । ସମସ୍ତଙ୍କ କଂଟାକ୍ଟ ଟ୍ରେସିଂ ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେପଟେ ସୁନ୍ଦରଗଡରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ବିଶ୍ରା ଅଂଚଳର ବୋଲି ଜଣାପଡିଛି । ସେ ପୂର୍ବରୁ ଅନ୍ୟ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

Comments are closed.