Latest Odisha News

BREAKING NEWS

‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’

ବାଲେଶ୍ବର: ‘ଓଡିଶାରେ ଲୋକ ମିଳିଳେନି ଯେ ଜଣେ ଭଡାଟିଆଙ୍କୁ ଆଣି ନେତା କରିଛନ୍ତି’, ‘ଆଉ ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନ କରୁଛନ୍ତି ନବୀନ ବାବୁ’; ବାଲେଶ୍ବରରେ କିଛି ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଆଜି ବାଲେଶ୍ବରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି ୫ ବିଜେପି ହେଭିଓ୍ବେଟ ନେତା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମିଶି ବାଲେଶ୍ବରରେ ବିଶାଳ ରୋଡ ଶୋ କରିଛନ୍ତି । ଏହା ପରେ ସମ୍ମିଳନୀ ସଭାରେ ଯୋଗ ଦେଇ ଜଣଙ୍କ ପରେ ଜଣେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ନବୀନ ବାବୁଙ୍କୁ ଓଡିଶାରେ ଲୋକ ମିଳିଲେନି, ଜଣେ ଭଡାଟିଆଙ୍କୁ ଆଣିନେତା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍‌ କରିବେ, ଏହା ମୋଦି ଗ୍ୟାରେଣ୍ଟି  । ଓଡିଶାରେ ଏଥର ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ, ରାଜ୍ୟରେ ବିଜେପି ସରକାର ହେବ ।’

ସେହିପରି କିଛି ସମାନ ଢଙ୍ଗରେ କଟାକ୍ଷ କରି କହିଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । ସେ କହିଛନ୍ତି, ‘ଓଡିଶାରେ ଆଉଟସୋର୍ସ ସରକାର ଚାଲିଛି । ନବୀନ ସରକାର ଆଉ ଜଣେ ଚଲାଉଛନ୍ତି ।’ ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ବର ରୋଡ ଶୋକୁ ନେଇ ସେ ପ୍ରଶ୍ନ କରିଛନ୍ତି । ‘ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋରେ ଲୋକ ନଥିଲେ, ରୋଡ୍ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ସାନ ବାବୁ ଯାଇଥିଲେ । ବଡ଼ବାବୁ ହେବାକୁ ରୋଡ୍‌ ସୋ’ରେ ସାନବାବୁ ଯାଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହ କେହି ଦଳୀୟ ପ୍ରାର୍ଥୀ ନଥିଲେ ।କ’ଣ ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ?’

Leave A Reply

Your email address will not be published.