Latest Odisha News

BREAKING NEWS

ଭୁଶୁଡି ପଡିଲା ନିର୍ମାଣାଧୀନ କଲଭର୍ଟ: ୪ ଶିଶୁଙ୍କ ସମେତ ଚାଲିଗଲା ୫ଜଣଙ୍କ ଜୀବନ

ରାୟଗଡା:ଭୁଶୁଡି ପଡିଲା ନିର୍ମାଣାଧୀନ କଲର୍ଭଟ । ଚାଲିଗଲା ୫ ଜୀବନ  । ଏପରି ହୃଦୟ ବିଦାରକ ଘଟିଛି ରାୟଗଡା ଜିଲ୍ଲାରେ । ମୃତ ୫ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ, କଲ୍ୟାଣସିଂହପୁର ଉପରସାଜା ନିକଟରେ ଏକ କଲଭର୍ଟର ନିର୍ମାଣ କାମ ଚାଲିଥିଲା । ଆଜି ସକାଳେ କଲଭର୍ଟ ତଳେ ପିଲାମାନେ ପାଣିରେ ଖେଳୁଥିଲେ । ଏହି ସମୟରେ ହଠାତ କଲଭର୍ଟଟି ଭୁଶୁଡି ପଡିଥିଲା । ଫଳରେ ୪ ଜଣ ଶିଶୁ ସେହି କଲଭର୍ଟ ଭଗ୍ନବଶେଷ ତଳେ ଚାପି ହୋଇ ଯାଇଥିଲେ । ୪ ଜଣ ପିଲାଙ୍କ ସହ ଅନ୍ୟଜଣେ ମଧ୍ୟ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଛନ୍ତି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ତେବେ ଏହି ଭଗ୍ନାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବା ସ୍ଥାନୀୟ ଲାେକେ ଅନୁମାନ କରୁଛନ୍ତି ।

ଏ ସମ୍ପର୍କିତ ସବିଶେଷ ଖବର ହସ୍ତଗତ ହୋଇନାହିଁ ।

Comments are closed.