Latest Odisha News

BREAKING NEWS

ଆଇପିଏଲ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବେ ଏହି ୫ ଅଧିନାୟକ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣରେ ୫ ଅଧିନାୟକ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି । ଏହା ମାଧ୍ୟମରେ ସେମାନେ ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଚାହିଁବେ । ୨୦୨୫ ପରଠାରୁ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାଶ ଆୟାର ଆନ୍ତର୍ଜାତୀୟ ଟି୨୦ ଖେଳି ନାହାନ୍ତି । ଟିମ ଇଣ୍ଡିଆର ଟି୨୦ ଟିମରେ ସ୍ଥାନ ପାଇବା ପାଇଁ ସେ ନିଶ୍ଚିତ ଭାବେ ଏଥର ଉଦ୍ୟମ କରିବେ । ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କ ନିକଟରେ ମଧ୍ୟ ସମାନ ଚ୍ୟାଲେଞ୍ଜ ରହିଛି । ସେ ୨୦୨୫ ପରଠାରୁ ଆନ୍ତର୍ଜାତୀୟ ଟି୨୦ ଖେଳି ନାହାନ୍ତି । ଟି୨୦ ବିଶ୍ୱକପ ଦଳରେ ମଧ୍ୟ ସେ ସ୍ଥାନ ପାଇ ନ ଥିଲେ । ଟେଷ୍ଟ ଏବଂ ଦିନିକିଆ ଦଳର ନେତୃତ୍ୱ ନେଉଥିବା ଗିଲଙ୍କ ନଜର ଏବେ ଟି୨୦ ଉପରେ ରହିଛି ।

ଆଇପିଏଲର ଗତ ସିଜନରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଅଧିନାୟକ ରିଭଷ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେ ୧୪ ଇନିଂସରେ ୨୬୯ ରନ ସଂଗ୍ରହ କରିଥିଲେ । ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆନ୍ତର୍ଜାତୀୟ କ୍ୟାରିୟରକୁ ମଜଭୁତ କରିଥିବା ବେଳେ ପୂନର୍ବାର ଆଘାତ ସମସ୍ୟାରେ ପଡିଛନ୍ତି । ଦିନିକିଆ ଏବଂ ଟି୨୦ ଦଳରେ ସ୍ଥାନ ପାଇବା ପାଇଁ ସେ ଚୟନ କମିଟିକୁ ପ୍ରଭାବିତ କରିବା ଭଳି ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ରିତୁରାଜ ଗାଏକ୍ୱାଡ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ଜାତୀୟ ଦଳରେ ନିୟମିତ ସଦସ୍ୟ ହୋଇ ପାରୁ ନାହାନ୍ତି । ଆଇପିଏଲ ମାଧ୍ୟମରେ ସେ ଏହି ସୁବର୍ଣ୍ଣ ସୁଯୋଗ ଛାଡିବା ଲକ୍ଷ୍ୟରେ ନାହାନ୍ତି । ଆରସିବି ଅଧିନାୟକ ରଜତ ପାଟୀଦାର ଭାରତ ପକ୍ଷରୁ ୩ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି । ଚୟନ କମିଟି ଏ ପର୍ଯ୍ୟନ୍ତ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରୋଷା କରିପାରୁ ନାହାନ୍ତି । ତାଙ୍କ ନେତୃତ୍ୱରେ ଆରସିବି ଟାଇଟଲ ହାସଲ କରିଛି । ଏହା ତାଙ୍କ ମନୋବଳ ବଢ଼ାଇଛି । ସେ ଭାରତୀୟ ଦଳର ନିୟମିତ ସଦସ୍ୟ ହେବା ପାଇଁ ଉଦ୍ୟମ କରିବେ ।

Leave A Reply

Your email address will not be published.