Latest Odisha News

BREAKING NEWS

ସଫଳ ଆନ୍ତର୍ଜାତୀୟ କ୍ୟାରିୟର ସତ୍ୱେ ଏହି ଖେଳାଳିମାନେ ଖେଳି ପାରି ନାହାନ୍ତି ଦିନିକିଆ ବିଶ୍ୱକପ କ୍ରିକେଟ

ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଭାରତରେ ଆରମ୍ଭ ହୋଇଯିବ ଦିନିକିଆ ବିଶ୍ୱକପ କ୍ରିକେଟ । ୧୯୮୩ ଓ ୨୦୧୧ ପରେ ଟିମ ଇଣ୍ଡିଆ ଏଥର ପୁନର୍ବାର ଚାମ୍ପିୟନ ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଭାରତର ଏହି ଖେଳାଳିମାନଙ୍କ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇପାରିନି । ଆସନ୍ତୁ ଏହି ଖେଳାଳିମାନଙ୍କ ଉପରେ ନଜର ପକାଇବା ।

ଅମ୍ବାତି ରାୟୁଡୁ: ଅମ୍ବାତି ରାୟୁଡୁ ୫୫ ମ୍ୟାଚରେ ୪୭ ଆଭରେଜରେ ରନ ସଂଗ୍ରହ କରି ଭଲ ପ୍ରଦର୍ଶନ ଜାରୀ ରଖିଥିଲେ । ୨୦୧୯ ବିଶ୍ୱକପ ଖେଳିବା ତାଙ୍କର ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିଜୟ ଶଙ୍କରଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦଳରେ ସାମିଲ କରାଯାଇଥିଲା । ରାୟୁଡୁ ନିରାଶରେ ଏହା ପରେ କ୍ରିକେଟରୁ ଅବସର ନେଇଥିଲେ । ପରେ ସେ ତାଙ୍କ ନିଷ୍ପତିରୁ ଓହରିଥିଲେ ମଧ୍ୟ ଆଉ ଜାତୀୟ ଦଳକୁ ଫେରି ପାରି ନ ଥିଲେ ।ଈଶାନ୍ତ ଶର୍ମା: ଭାରତର ସଫଳ ପେସ ବୋଲରଙ୍କ ମଧ୍ୟରେ ଈଶାନ୍ତ ଶର୍ମାଙ୍କ ନାମ ରହିଛି । ସେ ୮୦ ଦିନିକିଆ ମ୍ୟାଚ ଖେଳିଛନ୍ତି । ୨୦୧୫ ବିଶ୍ୱକପ ଦଳରେ ସେ ସ୍ଥାନ ପାଇଥିଲେ । ମାତ୍ର ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିଲେ । ୨୦୧୬ ପରେ ସେ ଆଉ ଦିନିକିଆ କ୍ରିକେଟକୁ ଫେରି ପାରି ନ ଥିଲେ ।

ଭିଭିଏସ ଲକ୍ଷ୍ମଣ: ଭାରତର ମହାନ ଖେଳାଳି ଶ୍ରେଣୀରେ ସାମିଲ ଭିଭିଏସ ଲକ୍ଷ୍ମଣ ୮୬ ମ୍ୟାଚରେ ୬ ଶତକ ମାରିଥିଲେ ମଧ୍ୟ ତାଙ୍କର ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇପାରି ନ ଥିଲା । ୨୦୦୩ରେ ତାଙ୍କୁ ଚୟନ କରାଯିବା ନେଇ ଏକପ୍ରକାର ଚୂଡାନ୍ତ ହୋଇଥିବା ବେଳେ ଅଲରାଉଣ୍ଡର ଦୀନେଶ ମୋଙ୍ଗିଆଙ୍କୁ ସାମିଲ କରାଯାଇଥିଲା । ଚୟନ କମିଟିର ଏହି ନିଷ୍ପତି ଆଜି ପର୍ଯ୍ୟନ୍ତ ବିବାଦୀୟ ଭାବେ ପରିଗଣିତ କରାଯାଉଛି ।ଇରଫାନ ପଠାନ: ଦିନିକିଆ କ୍ରିକେଟରେ ୧୭୩ ୱିକେଟ ଓ ୧୫୪୪ ରନ କରିଥିବା ଇରଫାନ ପଠାନ କିନ୍ତୁ ଦିନିକିଆ ବିଶ୍ୱକପ ଖେଳି ନାହାନ୍ତି । ୨୦୦୭ ବିଶ୍ୱକପ ଟିମରେ ସେ ସଦସ୍ୟ ଥିଲେ ମଧ୍ୟ ଖେଳିବାକୁ ସୁଯୋଗ ପାଇ ନ ଥିଲେ । ଶ୍ରୀଲଙ୍କା, ବାଂଲାଦେଶଠାରୁ ହାରି ଭାରତ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ।ଚେତେଶ୍ୱର ପୂଜାରା: ଭଲ ବ୍ୟାଟ୍ସମ୍ୟାଚ ହେବା ସତ୍ୱେ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଖେଳାଳି ଭାବେ ପରିଗଣିତ କରାଯାଉଥିଲ । ୫ଟି ଦିନିକିଆରେ ସେ ୫୧ ରନ କରିଥିଲେ । ୨୦୧୪ରେ ସେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ୧୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଖେଳିଥିଲେ ମଧ୍ୟ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇପାରି ନ ଥିଲା ।

Leave A Reply

Your email address will not be published.