ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । କ୍ରିକେଟପ୍ରେମୀ ଏହି ମ୍ୟାଚକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ବର୍ତମାନର ଫର୍ମ ବିଚାରକୁ ନେଲେ ଭାରତର ପଲା ଭାରୀ ରହିଛି । ଏହି ମ୍ୟାଚରେ ଭାରତର ୫ଜଣ ଖେଳାଳି ଆନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ବର୍ତମାନର ଭାରତୀୟ ଦଳରେ ୮ଜଣ ଖେଳାଳି ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳି ନାହାନ୍ତି । ଏମାନେ ହେଲେ ଶୁଭମନ ଗିଲ, ସଞ୍ଜୁ ସାମସନ, ଜୀତେଶ ଶର୍ମା, ରିଙ୍କୁ ସିଂ, ଅଭିଷେକ ଶର୍ମା, ତିଳକ ବର୍ମା, କୁଲଦୀପ ଯାଦବ ଓ ହର୍ଷିତ ରାଣା । ପ୍ରଥମ ମ୍ୟାଚରେ ଚୂଡାନ୍ତ ଏକାଦଶ ଉପରେ ନଜର ପକାଇଲେ ୫ଜଣ ଖେଳାଳି ଖେଳିବା ନିଶ୍ଚିତ । ସେମାନେ ହେଲେ ଶୁଭମନ, ତିଳକ, ସଞ୍ଜୁ, ଅଭିଷେକ ଓ କୂଲଦୀପ ।
ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଭାରତୀୟ ଦଳରେ ୭ଜଣ ଖେଳାଳି ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଛନ୍ତି । ସେମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତି । ଭାରତ ଏବଂ ପାକିସ୍ତାନ ଚଳିତ ଏସିଆ କପରେ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଉଭୟ ଟିମ ସୁପର ଫୋରରେ ପ୍ରବେଶ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ଯଦି ଏହା ହୁଏ ଯେତେଦୂର ସମ୍ଭବ ଉଭୟ ଟିମ ପରସ୍ପର ବିରୋଧରେ ପୂନର୍ବାର ମ୍ୟାଚ ଖେଳିବେ ।
Comments are closed.