Latest Odisha News

ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ବାହିନୀ ଗାଡ଼ି, ୫ ଜଣ ଆହତ

ମାଲକାନଗିରି: ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ବାହିନୀର ଗାଡ଼ି । ଦୁର୍ଘଟଣରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ ଡିଜିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅଗ୍ନିଶମ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ସମସ୍ତ ୫ ଆହତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ବଣ୍ଡାଘାଟି ମୁଦୁଲିପଡ଼ାରେ ପୋଲିସ ଡିଜି ଅଭୟଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଅଗ୍ନିଶମ ବାହିନୀ ଗାଡ଼ି ।

Leave A Reply

Your email address will not be published.