Latest Odisha News

BREAKING NEWS

ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟ୍ । ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରୁ ଡୁଙ୍ଗୁରିପାଲି ଶାଖା ପରିଚାଳକ ଶାଶ୍ୱତ କୁମାର ପାଣିଗ୍ରାହୀ ୫ ଲକ୍ଷ ଟଙ୍କାର ଏକ ଚେକ୍ ନେଇ ଡୁଙ୍ଗୁରିପାଲି ଏସବିଆଇ ଶାଖା ରୁ ଟଙ୍କା ଆଣିବା କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଚେକ୍ ଟିକୁ ନେଇ ଗୋପାଳ ସାହୁ ଏବଂ ସିକ୍ୟୁରିଟିଗାର୍ଡ ତପନ କର୍ଣ୍ଣ ଏକ ବାଇକ୍ ରେ ବ୍ୟାଙ୍କ କୁ ଯାଇଥିଲେ l ମଧ୍ୟାହ୍ନ ସମୟରେ ବ୍ୟାଗ୍ ରେ ଟଙ୍କା ଧରି ବାଇକ ରେ ଆସୁଥିବା ସମୟରେ କେସିଅର ଗାଡି ଚଳାଉଥିବା ବେଳେ ସିକୁରିଟିଗାର୍ଡ ପଛ ପଟରେ ବସି ଟଙ୍କା ବ୍ୟାଗ ଧରି ଫେରୁଥିଲେ । ଏହି ସମୟରେ ବିଡିସିସି ବ୍ୟାଙ୍କ ପାଖ ରେ ପଛ ପଟରୁ ଏକ କଳା ରଙ୍ଗ ର ବାଇକ ରେ ତିନି ଜଣ ଯୁବକ ଆସି ବାଇକ୍ କୁ ଗୋଇଠା ମାରିଥିଲେ l ଫଳରେ ବାଇକ ଟି ଭାରସାମ୍ୟ ହରାଇ ଥିଲା । ସେମାନେ ବାଇକ୍ ସାମନା କୁ ଆସି ତିନି ଜଣ ପିସ୍ତଲ ଦେଖାଇ ଟଙ୍କା ବ୍ୟାଗ୍ ଦେବାକୁ କହିଥିଲେ l

ଟଙ୍କା ନଦେଲେ ଗୁଳି କରି ମାରିବାକୁ ଧମକ ଦେଇଥିଲେ l ଭୟରେ ସେମାନେ ଟଙ୍କା ବ୍ୟାଗ୍ ଦେଇ ଦେଇଥିଲେ l ଏହାପରେ ଲୁଟେରା ମାନେ ସହର ମଧ୍ୟ ଦେଇ ଫେରାର ହୋଇଯାଇଥିଲେ l ସହରର ବିଭିନ୍ନ ସିସିଟିଭି ଫୁଟେଜ୍ ରୁ ଜଣାଯାଏ ଯେ ସେମାନଙ୍କର ବୟସ ୨୫ ବର୍ଷ ପାଖାପାଖି ହେବ l ଲିଖିତ ଅଭିଯୋଗ ପାଇବା ପରେ ଡୁଙ୍ଗୁରିପାଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed.