ଶ୍ରୀନଗର: ଜାମ୍ମୁ କାଶ୍ମୀର କୁଲଗାଓଁ ଜିଲ୍ଲା ନେହାମା ଅଞ୍ଚଳରେ ଆତଙ୍କବାଦୀ- ସୁରକ୍ଷା କର୍ମୀ ମୁହାଁମୁହିଁ । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଲସ୍କର ଆତଙ୍କବାଦୀ ନିହତ । ଏହି ଅଞ୍ଚଳରେ ଆତଙ୍କବାଦୀ ରହିଥିବା ନେଇ ସୂଚନା ପାଇବା ପରେ ସୁରକ୍ଷା କର୍ମୀ ଗତକାଲି ଠାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଛି ।
ସୂଚନା ଅନୁସାରେ, ବିଶେଷସୁତ୍ରରୁ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ଗତକାଲି ସନ୍ଧ୍ୟା ସମୟରୁ ନେହାମା ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ପ୍ରତିଉତ୍ତରରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଲାଇଥିଲେ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ କର୍ଡନ କରାଯିବା ପରେ ରାତିରେ ଏନକାଉଣ୍ଟର ବନ୍ଦ ରହିଥିଲା । ଏହାପରେ ଆଜି ପୁଣି ଆରମ୍ଭ ହୋଇଥିଲା ଏନକାଉଣ୍ଟର । ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଲସ୍କର ଆତଙ୍କୀ ନିହତ ହୋଇଛନ୍ତି । ମୃତ ସମସ୍ତ ଆତଙ୍କବାଦୀ ଟିଆରଏଫ ଓ ଲସ୍କର ଇ ତାଇବା ସହ ଜଡିତ ଥିଲେ ।
Comments are closed.