Latest Odisha News

BREAKING NEWS

ବଡ଼ ଧରଣର ଏନକାଉଣ୍ଟର, ୫ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର । ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଯୋରଦାର ଅପରେସନ ।

ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗତ ୩୦ ତାରିଖରୁ ତଲାସି ଆରମ୍ଭ ହୋଇଥିଲା। ଗତ ଦୁଇ ଦିନ ଧରି ଏହି ଅଭିଯାନ ଜାରି ରହିଥିବା ଆଜି ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା ଆରମ୍ଭ କରିଥିଲେ । ପ୍ରତିଉତ୍ତରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ ।

Leave A Reply

Your email address will not be published.