Latest Odisha News

BREAKING NEWS

କମିଶନରେଟ ପୋଲିସ ରିମାଣ୍ଡରେ କେବିଏନ୍ ଗ୍ରୁପର ୫ ସଦସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରୁ କେବିଏନ୍ ଗ୍ରୁପର ଗିରଫ ୫ ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । କୋର୍ଟଙ୍କ ଅନୁମତି ପରେ କଡ଼ା ସୁରକ୍ଷାରେ ସେମାନଙ୍କୁ ଝାରପଡ଼ା ଜେଲରୁ ଆଣିଲା ନୟାପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାଜେଶ ବେହେରା, ସୁମନ ପରିଡ଼ା, ରାହୁଲ ଜେନା, ସନାତନ ବେହେରା ଓ ନରେନ୍ଦ୍ର ସାହୁ ।

ଏମାନଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ଲୋଡିଥିଲା କମିଶନରେଟ ପୋଲିସ । ଏସଡିଜେଏମ୍ କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଥିଲେ । ରିମାଣ୍ଡରେ ନେଇ କେବିଏନ୍ ସମ୍ପର୍କରେ ସବିଶେଷ ତଥ୍ୟ ବାହାର କରିବ ପୋଲିସ । ଫେରାର ଅନ୍ୟ ସଦସ୍ୟଙ୍କ ପାଖରେ ପହଞ୍ଚିବାକୁ ଅଭିଯୁକ୍ତଙ୍କ ପାଖରୁ ତଥ୍ୟ ହାସଲ କରିବ ।

କେଉଁଠି ଲୁଚାଇଛନ୍ତି ମାରଣାସ୍ତ୍ର ? କେଉଁଠୁ ଆଣିଥିଲେ ବନ୍ଧୁକ, ପିସ୍ତଲ ? ସେମାନଙ୍କ ପଛରେ କୌଣସି ଗ୍ୟାଙ୍ଗର ହାତ ରହିଛି କି ? କିଏ ସହଯୋଗ କରୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଅଭିଯୁକ୍ତଙ୍କ ମୁହଁରୁ ବାହାର କରିବ କମିଶନରେଟ ପୋଲିସ ।

ରାତିରେ ରାଜଧାନୀ ରାସ୍ତାରେ ଉତ୍ପାତ କରୁଥିଲେ କେବିଏନ୍ ଗ୍ରୁପ୍ ସଦସ୍ୟ । ବିଚ୍ ରାସ୍ତାରେ ମଦ ପିଇ ମତୁଆଲା ଡ୍ୟାନ୍ସ କରୁଥିଲେ । ହାତରେ ମାରଣାସ୍ତ୍ର ଓ ବନ୍ଧୁକ ଧରି ଭିଡିଓ ସୁଟ୍ କରୁଥିଲେ । ଭାଇଗିରି ଦେଖାଇବାକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଥିଲେ ଭିଡିଓ । ଭିଡିଓରେ ଥିବା ଯୁବକଙ୍କୁ ଚିହ୍ନଟ କରି ଗିରଫ କରିଛି ପୋଲିସ । ଗ୍ରୁପର ଆଉ କିଛି ସଦସ୍ୟ ଫେରାର୍ ଅଛନ୍ତି ।

Leave A Reply

Your email address will not be published.