Latest Odisha News

BREAKING NEWS

ମୋବାଇଲ ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବରଗଡ: ମୋବାଇଲ ଲୁଟ୍ ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ବରଗଡ଼ ସହରରେ ଲୁଟ୍ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ଲୁଟ୍ କରିବାର ଭିଡ଼ିଓ ସିସି ଟିଭିରେ ରେକର୍ଡ ହୋଇଥିଲା । ତେବେ ଦିନ ଦ୍ୱିପ୍ରହର ବେଳେ ଏପରି ଉଦ୍ୟମ କରି ମୋବାଇଲ ଲୁଟ୍ କରୁଥିବା ଅଭିଯୁକ୍ତଙ୍କ ଠାରୁ ୨୦ ଟି ଆଣ୍ଡ୍ରଏଡ ମୋବାଇଲ ଓ ୫ ଟି କିପ୍ୟାଡ ମୋବାଇଲ ସହ TVS କମ୍ପାନୀର ଗୋଟିଏ ସ୍କୁଟି ଜବତ୍ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ସହର ବିଶି କଲୋନୀ ୱାର୍ଡ ନମ୍ବର ୯ର ସମୀର ହରିପାଲ (୧୯) ଓ ଆଦର୍ଶ କୁମ୍ଭାର (୧୯) ଡେମଲୋନୀ ପଡ଼ା ୱାର୍ଡ ନମ୍ବର ୧୬ ର ୨୦ ବର୍ଷୀୟ ଦେବାଶିଷ ବାଗ, ଘୁଲିପାଲିର ୧୯ ବର୍ଷୀୟ ମାନସ ପ୍ରଧାନ ଏବଂ ଓଭର ବ୍ରିଜ୍ ଭଟଲି ରୋଡ଼ ଅଞ୍ଚଳର କାର୍ତ୍ତିକ ସନ୍ଵନି । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ।

Leave A Reply

Your email address will not be published.