Latest Odisha News

ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି ୫ ମାସର ଶିଶୁ

ବ୍ରିଟେନ୍ : ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛି ୫ ମାସର ଶିଶୁ । ଶରୀରର ମାଂସପେଶୀ ହାଡ଼ରେ ପରିଣତ ହୋଇଯାଉଥିବା ବେଳେ କାମ କରୁନି କୌଣସି ଔଷଧ । ବ୍ରିଟେନର ୫ ମାସର ଶିଶୁ ଲେକ୍ସି ରାବିନ୍ସ ଏବେ ଏହି ବିରଳ ରୋଗରେ ଆକ୍ରାନ୍ତ ହୋଇଛି । ଏ ନେଇ ତାଙ୍କ ମାଆ ଇନଷ୍ଟାଗ୍ରାମରେ ପୁରା ଘଟଣା କହିବା ପରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଲେକ୍ସି ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ବେଳେ ଲେକ୍ସିର ଶରୀର ସବୁ ପିଲାଙ୍କ ଭଳି ସ୍ବାଭାବିକ ଥିଲା । କିନ୍ତୁ ହାତ ଏବଂ ଗୋଡ ଅଙ୍ଗୁଳି ହଲଚଲ ହେଉନଥିଲା । ଗୋଡର ଆଙ୍ଗୁଳି ବଡ଼ ରହିଥିବା ଦେଖି ଡାକ୍ତରଙ୍କୁ ଦେଖାଇଥିଲେ ବାପା-ମା’ । ତେବେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଶିଶୁଟି ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଯେଉଁ ରୋଗର ନାମ ଫାଇବ୍ରୋଡାଇସପ୍ଲାସିଆ ଓସିସିଫାନ୍ସ ପ୍ରୋଗ୍ରେସିଭା ।

ଯେଉଁ ରୋଗ କ୍ବଚିତ ଦେଖା ଦେଇଥାଏ । ପ୍ରାୟ ୨୦ ଲକ୍ଷରେ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ହେଲେ ମଣିଷର ଶରୀର ପଥରରେ ପରିଣତ ହୁଏ । ଶରୀରର ମାଂସପେଶୀ ହାଡରେ ପରିଣତ ହୋଇଯାଏ । ଏହି ରୋଗ ବହୁ ପୁରୁଣା କିନ୍ତୁ ବହୁତ କମ ଲୋକଙ୍କ ପାଖରେ ଦେଖାଯାଉଥିବାରୁ ଅନେକ ଏହି ରୋଗ ବାବଦରେ ଜାଣି ନଥାନ୍ତି । ଏହାସହ ଏହି ରୋଗରେ ଆକ୍ରାନ୍ତ ହେଲେ ସେହି ବ୍ୟକ୍ତିଙ୍କ ଶରୀରରେ ଟିକା କିମ୍ବା କୌଣସି ଔଷଧ କାମ କରେନି ବୋଲି ଜଣାପଡ଼ିଛି ।

Comments are closed.