ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା କମୁଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୫ ଜଣ ଆକ୍ରାନ୍ତ । ୩ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି ।
ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନାରେ ଆଖି ବୁଜିଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । ସେହିପରି ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ହଜାର ୭୪୪କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୦.୫୪% । ପୂର୍ବରୁ ରାଜ୍ୟରୁ ଦୈନିକ ୧୦ରୁ ଅଧିକ କରୋନା ଆକ୍ରାନ୍ତ ପ୍ରାଣ ହରାଉଥିଲେ । ଏହି ସଂଖ୍ୟା ଏବେ ହ୍ରାସ ପାଉଛି ।
4.A 65-year-old female of Puri district.
5.A 78-year-old male of Puri district who was also suffering from Diabetes Mellitus, Hypertension & COPD.
— H & FW Dept Odisha (@HFWOdisha) December 1, 2020
Comments are closed.