Latest Odisha News

BREAKING NEWS

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ପଜିଟିଭ, ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ କରୋନା ପଜିଟିଭ । ଏହି ୫ ଜଣ କରୋନା ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି ।

ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରେ ପହଞ୍ଚି ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ୫  କରୋନା ପଜିଟିଭଙ୍କ ମଧ୍ୟରୁ ୪ ଯାଜପୁର ଦଶରଥପୁର ବ୍ଲକ କଟିକଟା ପଚାଂୟତ କଟିକଟା ଗାଁର ବୋଲି ଜଣାପଡିଛି ।

ସେମାନଙ୍କ ବୟସ ୨୩, ୪୯, ୫୨ ଓ ୫୭ ବର୍ଷ ଅଟେ । ଅନ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଦଶରଥପୁର ବ୍ଲକ ମଲ୍ଲିକପୁର ପଂଚାୟତ ମହାନ୍ତି ପାଟଣା ଗାଁ ର ହୋଇଥିବା ବେଳେ ତାଙ୍କ ବୟସ ୩୯ ବର୍ଷ।

 

Leave A Reply

Your email address will not be published.