Latest Odisha News

BREAKING NEWS

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ, କଳାହାଣ୍ଡି, ସୁନ୍ଦରଗଡ, ଓ ଢେଙ୍କାନାଳ ।

ଶନିବାର ରାଜ୍ୟରେ ସୁନ୍ଦରଗଡର ଆଉ ଜଣେ କରୋନା ପଜିଟିଭ୍ ସୁସ୍ଥ ହେବା ସହିତ ଚିକିତ୍ସା ପରେ ଏଯାଏଁ ମୋଟ ୩୪ ଜଣ କରୋନା ପଜିଟିଭ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଚିକିତ୍ସିତ ହେଉଥିବା ୬୫ ଜଣ କରୋନା ପଜିଟିଭ୍ ରୋଗୀ ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ବାସିନ୍ଦା ।

ସୂଚନାଯୋଗ୍ୟ ଯେ, ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୦୦ ରେ ପହଞ୍ଚିଛି ।

Leave A Reply

Your email address will not be published.