ବୁର୍ଲା: ଗୋଟିଏ ପଟେ ରାଜ୍ୟ ତଥା ଦେଶର କରୋନା ରୋଗୀଙ୍କ ସଂଖ୍ୟା କାମୁଥିବା ବେଳେ ମୃତ୍ୟୁ ହାର ମଧ୍ୟ କମିବାରେ ଲାଗିଛି।
ଏଭଳି ସ୍ଥିତିରେ ଲୋକେ ସାମନ୍ୟ ଆଶ୍ୱସ୍ତି ଅନୁଭୂତ କରୁଥିବା ବେଳେ କିନ୍ତୁ ଚିନ୍ତା ବଢାଇଛି ବୁର୍ଲା କୋଭିଡ୍ ହସ୍ପିଟାଲ୍ । ପୁଣି ଏହି ହସ୍ପିଟାଲରେ ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନାନୁସାରେ, ଗତ ୧୫ ଦିନ ହେଲା ବୁର୍ଲା କୋଭିଡ୍ ହସ୍ପିଟାଲରେ ପ୍ରତିଦିନ କ୍ରମାଗତ ଭାବରେ ୫ରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହାସହ ଏହି କୋଭିଡ୍ ହସ୍ପିଟାଲ୍ରେ ପ୍ରତିଦିନ ପାଖାପାଖି ୧୦୦ ଜଣରୋଗୀ ଭର୍ତ୍ତି ହେଉଥିବା ମଧ୍ୟ ଜଣାପଡ଼ିଛି ।
Comments are closed.