Latest Odisha News

ଆଇପିଏଲ ଇତିହାସର ୫ ଦାମୀ ଖେଳାଳି, ଜଣେ ବି ଭାରତୀୟ ନାହାନ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ନିଲାମରେ ବାଜି ମାରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କ୍ରୟ କରିଛି । ସେ ଏଥିସହ ସମଗ୍ର ଆଇପିଏଲ ଇତିହାସରେ ମଧ୍ୟ ଦାମୀ ଖେଳାଳି ପାଲଟିଛନ୍ତି । ଆଇପିଏଲ ଇତିହାସର ଦାମୀ ଖେଳାଳିଙ୍କ ତାଲିକାରେ ଭାରତରେ କେହି ନାହାନ୍ତି । ଷ୍ଟାର୍କଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆକୁ ବିଶ୍ୱକପ ଜିତାଇଥିବା ପ୍ୟାଟ କମିନ୍ସ । ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ ନେଇଛି । ଏହା ପୂର୍ବରୁ ୨୦୨୩ରେ ପଞ୍ଜାବ କିଙ୍ଗସ ସାମ କରନଙ୍କୁ ୧୮.୫ କୋଟିରେ ନେଇଥିଲା ।

ତାଙ୍କ ପଛକୁ କ୍ୟାମେରୁନ ଗ୍ରୀନ ରହିଛନ୍ତି । ଏହି ଅଷ୍ଟ୍ରେଲିଆ ଅଲରାଉଣ୍ଡରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନେଇଥିଲା । ପରେ ସେ ଟ୍ରେଡ ହୋଇ ଆରସିବିକୁ ଯାଇଥିଲେ । ୨୦୨୩ରେ ବେନ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୬.୨୫ କୋଟି ଟଙ୍କାରେ ନେଇଥିଲା । ସବୁଠାରୁ ମଜାର କଥା ଆୟୋଜକ ଭାରତର କୌଣସି ଖେଳାଳି ଏମାନଙ୍କୁ ଏ ପର୍ଯ୍ୟନ୍ତ ଅତିକ୍ରମ କରିପାରି ନାହାନ୍ତି । ଆଶା କରାଯାଉଛି ଖୁବ ଶୀଘ୍ର ଏହି ବିଦେଶୀ ଖେଳାଳିମାନଙ୍କୁ କେହି ଭାରତୀୟ ପଛରେ ପକାଇବେ ।

Comments are closed.