ଭୁବନେଶ୍ୱର: ରାଉରକେଲାରେ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ ମିଳିଛି । ଗୁରୁବାର ୨୪ ଜଣିଆ ଦଳର ଘୋଷଣା କରାଯାଇଥିଲା । ଓଡିଶାର ଅମିତ ରୋହୀଦାସ(ଡିଫେଣ୍ଡର), ନୀଲମ ସଞ୍ଜୀପ ଖେସ(ଡିଫେଣ୍ଡର), ଅମନଦୀପ ଲାକ୍ରା(ଡିଫେଣ୍ଡର), ରୋଶନ କୁଜୁର (ମିଡଫିଲ୍ଡର)ଓ ଶୀଲାନନ୍ଦ ଲାକ୍ରା(ଫରୱାର୍ଡ) ସ୍ଥାନ ପାଇଛନ୍ତି । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଫେବୃୟାରୀ ୧୦ରୁ ୧୫ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ ।
ଫେବୃୟାରୀ ୧୧ରେ ଭାରତ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ । ଏହା ପରେ ୧୨ରେ ଆର୍ଜେଂଟିନାକୁ, ୧୪ରେ ବେଲଜିୟମକୁ ଓ ୧୫ରେ ପୂନର୍ବାର ଆର୍ଜେଂଟିନାକୁ ଭେଟିବ ।
ଭାରତୀୟ ଦଳ: ସୂରଜ କେରକେରା, ପୱନ, ଅମିତ ରୋହୀଦାସ, ଯରମନପ୍ରୀତ ସିଂ, ଯୁଗରାଜ ସିଂ, ହରମନପ୍ରୀତ ସିଂ, ସୁମିତ, ସଞ୍ଜୟ, ନୀଲମ ସଞ୍ଜୀପ ଖେସ, ଅମନଦୀପ ଲାକ୍ରା, ରାଜିନ୍ଦର ସିଂ, ମନମୀତ ସିଂ, ବିବେକ ସାଗର, ହାର୍ଦ୍ଦିକ ସିଂ, ମୋରାଙ୍ଗଥେମ ରବିଚନ୍ଦ୍ରନ ସିଂ, ନୀଳକାନ୍ତ ଶର୍ମା, ରୋଶନ କୁଜୁର, ଅଭିଷେକ, ସୁଖଜିତ ସିଂ, ଶୀଲାନନ୍ଦ ଲାକ୍ରା, ସେଲଭମ କାର୍ତି, ମନଦୀପ ସିଂ, ଅରିଜିତ ସିଂ, ଆଦିତ୍ୟ ଅର୍ଜୁନ ଲାଲାଗେ ।