Latest Odisha News

ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଲିରାଜପୁର: ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରେ ଗ‌ୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ସେମାନଙ୍କ ଘର ମଧ୍ୟର‌େ ଝୁଲନ୍ତା ଅବସ୍ଥାର‌େ ମିଳିଛି ମୃତଦେହ। ତେବେ ଏହି ଘଟଣା ଦିଲ୍ଲୀର ବୁରାରୀ ଘଟଣା ମନେ ପକାଇଦିଏ। ସୋମବାର ସକାଳେ ଦମ୍ପତି ଏବଂ ସେମାନଙ୍କର ତିନି ପିଲା ମୃତଦେହ ଦେଖିବାକୁ ମିଳିଥିଲା।

ଘଟଣା ସର୍ମ୍ପକର‌େ ଜାଣିବା ପରେ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ହୋଇପଡିଥିଲେ ଏବଂ ସେମାନେ ତୁରନ୍ତ ପୋଲିସକୁ ଜଣାଇଥିଲ‌େ। ପୋଲିସ ପହଞ୍ଚିବା ପରେ ସେମାନେ ମୃତଦେହକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଆତ୍ମହତ୍ୟା କରାଯାଇଥିବା ଜଣାପଡିଛି। ତେବେ ସତ୍ୟାସତ୍ୟ ଜାଣିବା ପାଇଁ SDOP ଅଲିରାଜପୁର ଅଧୀନରେ ଏକ ଟିମ୍ ଗଠନ କରାଯାଇଛି।

ସୂଚନା ଅନୁଯାୟୀ, ସମ୍ପର୍କୀୟମାନେ ସୋମବାର ସକାଳେ ରାକେଶଙ୍କ ବାସଭବନରେ ପହଞ୍ଚି ସମସ୍ତ ପାଞ୍ଚଜଣ ସଦସ୍ୟଙ୍କୁ ଝୁଲନ୍ତା ଅବସ୍ଥାର‌େ ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଇଥିଲେ। ତେବେ ଏହି ଘଟଣା ୨୦୨୩ର‌େ ଗୁଜୁରାଟରେ ଘଟିଥିବା ଏକ ଘଟଣା ଭଳି ମନ‌େ ହୋଇଥାଏ। ଯେଉଁଠି ଗୋଟିଏ ପରିବାରର ୭ ଜଣ ସଦସ୍ୟ ମୃତଦେହ ଘର ଭିତରୁ ଜବତ ହୋଇଥିଲା। ଯେଉଁଥିରେ ୩ ଜଣ ଶିଶୁ ମଧ ରହିଥିଲେ।

Leave A Reply

Your email address will not be published.