Latest Odisha News

ନକଲି ଟଙ୍କା କାରବାର ଅଭିଯୋଗ; ୫ ଅଭିଯୁକ୍ତ ଗିରଫ, ୩ ଫେରାର

ବ୍ରହ୍ମପୁର: ନକଲି ଟଙ୍କା ବଦଳରେ ଅସଲି ଟଙ୍କା ଦେଇ ଠକାମୀର ଶିକାର ହେଲେ ବ୍ୟବସାୟୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପରୁରେ । ଦୁଇ ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଦୁଇ ଯୁବକ ହେଲେ ସଚିନ ମହାପାତ୍ର ଏବଂ ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ଉଭୟ ବ୍ୟବସାୟୀ । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ କହିଛନ୍ତି ଯେ, ଏହି ୫ ଅଭିଯୁକ୍ତ ବ୍ରହ୍ମପୁର ସହରରେ ଏକ ଟ୍ରେଡ ପ୍ରଫିଟ ଫଣ୍ଡ କମ୍ପାନୀ ଖୋଲିଥିଲେ । ସେମାନଙ୍କୁ ଦୁଇ ଜଣ ବ୍ୟବସାୟୀ ଟଙ୍କା ନିବେଶ କରିବା ନେଇ କଥା ହୋଇଥିଲେ । ସେମାନଙ୍କ ଟଙ୍କା କିଛି ଦିନ ପରେ ଦୁଇ ଗୁଣା ହେଇଯିବ ବୋଲି କମ୍ପାନୀ ପକ୍ଷରୁ ଆଶ୍ବସନା ଦିଆଯାଇଥିଲା । ସେନେଇ ଉଭୟ ବ୍ୟବସାୟୀଙ୍କ ପକ୍ଷରୁ କମ୍ପାନୀ କାର୍ଯ୍ୟାଳୟରେ ୨୮ ଲକ୍ଷ ଟଙ୍କା ଜମା କରାଯାଇଥିଲା ।

କିଛି ଦିନ ପରେ ଅଭିଯୁକ୍ତ ମାନେ ବ୍ୟବସାୟୀଙ୍କୁ ୪୦ ଲକ୍ଷ ଟଙ୍କାରୁ ଅଧିକ ନକଲି ନୋଟ୍ ଧରେଇଦେଲେ ଯେଉଁଥିରେ ୮ ହଜାରଟି ୫୦୦ ଟଙ୍କିଆ ନକଲି ନୋଟ ଥିଲା । ପରେ ଏହି ନକଲି ନୋଟ ବିଷୟରେ ଜାଣିବା ପରେ ସେମାନେ ବୈଦନାଥପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଯେଉଁଥିରେ ୫ ଜଣଙ୍କୁ ଗିରଫ କରିବାବେଳେ ଏଥିରେ ସାମିଲ ଥିବା ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି । ଅଭିଯୁକ୍ତଙ୍କ ଠାରୁ ନକଲି ନୋଟ, ୫ଟି ମୋବାଇଲ ଫୋନ ଓ ଦୁଇଟି ବ୍ୟାଗ ଜବତ କରିଛି ।

Comments are closed.