ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଏହି ୫ଜଣ ଖେଳାଳି ଛକା ମାରିପାରି ନାହାନ୍ତି । ୧୯୭୧ରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳା ଯାଇଥିଲା । ଭାରତର ଜଣେ ଖେଳାଳି ଏହି ତାଲିକାରେ ରହିଛନ୍ତି । ଆସନ୍ତୁ ନଜର ପକାଇବା ଏହି ଖେଳାଳିମାନଙ୍କ ଉପରେ.. । ଅଷ୍ଟ୍ରେଲିଆର କ୍ୟାଲମ ଫର୍ଗ୍ୟୁଶନ ୩୦ଟି ମ୍ୟାଚ ଖେଳିଛନ୍ତି । ସେ ୫ଟି ଅର୍ଦ୍ଧଶତକ ସହାୟତାରେ ୬୬୩ ରନ କରିଛନ୍ତି । ସେ ୬୪ଟି ଚୌକା ମାରିଥିଲେ ମଧ୍ୟ ଗୋଟିଏ ବି ଛକା ମାରିପାରି ନ ଥିଲେ ।
ଭାରତର ଅଲରାଉଣ୍ଡର ମନୋଜ ପ୍ରଭାକର ଦିନିକିଆ କ୍ରିକେଟରେ ଛକା ନ ମାରି ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ୧୩୦ ଦିନିକିଆରେ ୨୪ ଆଭରେଜରେ ୧୮୫୮ ରନ କରିଛନ୍ତି । ଏଥିରେ ୨ଟି ଶତକ ସାମିଲ । ସେହିପରି ଶ୍ରୀଲଙ୍କାର ଲନ ସମରବୀରା ୫୩ ମ୍ୟାଚ ଖେଳି ୮୬୨ ରନ କରିଛନ୍ତି । ସେ ମଧ୍ୟ ଛକା ମାରିପାରି ନାହାନ୍ତି । ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ ଜ୍ୟେଫ ବୟକଟ ୩୬ଟି ଦିିନିକିଆ ମ୍ୟାଚ ଖେଳିଛନ୍ତି । ସେ ଗୋଟିଏ ଶତକ ଓ ୯ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଛକା ମାରିପାରି ନାହାନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୨୮ଟି ଦିିନିକିଆ ମ୍ୟାଚ ଖେଳି ୮୬୧ ରନ କରିଛନ୍ତି । ୨ଟି ଶତକ ଓ ୮ ଅର୍ଦ୍ଧଶତକ ହାସଲ କରିଥିବା ଏହି ବ୍ୟାଟ୍ସମ୍ୟାନ ଦିନିକିଆରେ ଗୋଟିଏ ବି ଛକା ମାରିପାରି ନାହାନ୍ତି ।