ଭୁବନେଶ୍ୱର: ଟ୍ରାଫିକ ଜାମ ହେଲା କାଳ । ଚାଲିଗଲା ଶିଶୁ ପୁତ୍ରର ଜୀବନ । ଆଜି ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଜାମ ପାଇଁ ଜଣେ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସ ଭିଡରେ ଫସିବା ଯୋଗୁଁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଏକ ୫ ବର୍ଷର ଶିଶୁପୁତ୍ରର ପ୍ରବଳ ବାନ୍ତି ହେବାରୁ ପରିବାର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ସେଠାର ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ରେଫର କରାଯାଇଥିଲା। ହେଲେ ପରିବାର ଲୋକେ ଶିଶୁଟିକୁ ଏସ୍ସିବି ନନେଇ ପଟିଆ ଅଚଂଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ । ତେବେ ରାସ୍ତା ଜାମ ଯୋଗୁଁ ସହଜରେ ଆମ୍ବୁଲାନ୍ସଟି ଆସି ପାରିନଥିଲା । ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଭିଡ ଭିତରେ ଫସିଯାଇଥିଲା। ପରିବାରଲୋକେ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନ ଥିଲେ। ରାସ୍ତାରେ ଅନ୍ୟ ଗାଡି ଚାଳକମାନେ ମଧ୍ୟ ଆମ୍ବୁଲାନ୍ସଟିକୁ ବାଟ ଛାଡ଼ି ନ ଥିଲେ। ଟ୍ରାଫିକ ପୁଲିସ ବି ରୋଡ କ୍ଲିୟର କରିବାରେ ବିଫଳ ହୋଇଥିଲା। ଘରୋଇ ହସ୍ପିଟାଲରେ ପହଞ୍ଚିବାକୁ ଆମ୍ବୁଲାନ୍ସକୁ ଏକ ଘଣ୍ଟା ସମୟ ଲାଗିଥିଲା। ଫଳରେ ଠିକ ସମୟରେ ଶିଶୁଟି ହସ୍ପିଟାଲରେ ପହଂଚି ପାରିନଥିଲା । ଶିଶୁପୁତ୍ରଟି ହସ୍ପିଟାଲରେ ପହଞ୍ଚିବା ଆଗରୁ ଅଧା ବାଟରେ ପ୍ରାଣ ହରାଇଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.