ଭୁବନେଶ୍ୱର: ଟ୍ରାଫିକ ଜାମ ହେଲା କାଳ । ଚାଲିଗଲା ଶିଶୁ ପୁତ୍ରର ଜୀବନ । ଆଜି ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଜାମ ପାଇଁ ଜଣେ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସ ଭିଡରେ ଫସିବା ଯୋଗୁଁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଏକ ୫ ବର୍ଷର ଶିଶୁପୁତ୍ରର ପ୍ରବଳ ବାନ୍ତି ହେବାରୁ ପରିବାର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ସେଠାର ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ରେଫର କରାଯାଇଥିଲା। ହେଲେ ପରିବାର ଲୋକେ ଶିଶୁଟିକୁ ଏସ୍ସିବି ନନେଇ ପଟିଆ ଅଚଂଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ । ତେବେ ରାସ୍ତା ଜାମ ଯୋଗୁଁ ସହଜରେ ଆମ୍ବୁଲାନ୍ସଟି ଆସି ପାରିନଥିଲା । ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଭିଡ ଭିତରେ ଫସିଯାଇଥିଲା। ପରିବାରଲୋକେ ଆମ୍ବୁଲାନ୍ସରୁ ଓହ୍ଲାଇ ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନ ଥିଲେ। ରାସ୍ତାରେ ଅନ୍ୟ ଗାଡି ଚାଳକମାନେ ମଧ୍ୟ ଆମ୍ବୁଲାନ୍ସଟିକୁ ବାଟ ଛାଡ଼ି ନ ଥିଲେ। ଟ୍ରାଫିକ ପୁଲିସ ବି ରୋଡ କ୍ଲିୟର କରିବାରେ ବିଫଳ ହୋଇଥିଲା। ଘରୋଇ ହସ୍ପିଟାଲରେ ପହଞ୍ଚିବାକୁ ଆମ୍ବୁଲାନ୍ସକୁ ଏକ ଘଣ୍ଟା ସମୟ ଲାଗିଥିଲା। ଫଳରେ ଠିକ ସମୟରେ ଶିଶୁଟି ହସ୍ପିଟାଲରେ ପହଂଚି ପାରିନଥିଲା । ଶିଶୁପୁତ୍ରଟି ହସ୍ପିଟାଲରେ ପହଞ୍ଚିବା ଆଗରୁ ଅଧା ବାଟରେ ପ୍ରାଣ ହରାଇଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।
BREAKING NEWS
- ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…
- Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!
- ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
- Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ
- Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
- Subhadra Money: ଜାନୁଆରୀ ୧୮ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା, ଏତିକି ଜଣ ପାଇବେ ପ୍ରଥମ କିସ୍ତି..
- କୋହଲି, ଧାୱନଙ୍କୁ ପଛରେ ପକାଇ ପାରନ୍ତି ଶ୍ରେୟାଶ
- Plus Two Exam: ଏଥର ଅନ୍ଲାଇନ୍ରେ ହେବ ଯୁକ୍ତ ଦୁଇ ଖାତା ଦେଖା, AI ଜଗିବ ପରୀକ୍ଷା ପ୍ରଶ୍ନପତ୍ର
- ମହିଳା କ୍ରିକେଟ: ମହାନ ଖେଳାଳି ଏଲିସା ହୀଲେଙ୍କ ଅବସର ଘୋଷଣା
Comments are closed.