Latest Odisha News

ପିଏମ ଆବାସ ବଣ୍ଟନରେ ଅନିୟମିତତା: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ଆମରଣ ଅନଶନ

ସୁବର୍ଣ୍ଣପୁର: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ସିଂହାରୀ ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧ ତାରିଖରୁ ଗଣ ଧାରଣା ଚାଲିଥିଲା। କିନ୍ତୁ ପ୍ରଶାସନ ଦାବି ପୂରଣ ନକରିବାରୁ ଆଜି ସକାଳ ୧୦ଟାରୁ ଆମରଣ ଅନଶନ ଚଳାଇଛନ୍ତି ପ୍ରାୟ ୫୦ଜଣ ହିତାଧିକାରୀ।

କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ଖଳ ପ୍ରକୃତି ଯୋଗୁଁ ପ୍ରକୃତ ହିତାଧିକାରୀମାନେ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକମାନେ ଗରିବଙ୍କ ଆବାସଘର ହାତେଇଥିବା ଅଭିଯୋଗ ହୋଇଛି। ଏଣୁ ମରାଡୁଗୋଚ୍ଛା ସରପଞ୍ଚ ମନମୋହନ ସାହୁ ଏବଂ ପୂର୍ବତନ ସମିତି ସଭ୍ୟ ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୫୦ଜଣ ହିତାଧିକାରୀ ଆମରଣ ଅନଶନରେରେ ବସିଥିବା ଦେଖିବାକୁ ମିଳିଛି। ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ନହେବ ଅନଶନ ଲାଗିରହିବ ବୋଲି ପ୍ରକାଶ କରିଛନ୍ତି ହିତାଧିକାରୀମାନେ।

Comments are closed.