Latest Odisha News

ଭାରତ ଫେରିବ ଚୋରି ହୋଇଥିବା ୫୦୦ ବର୍ଷ ତଳର ବିରଳ ହନୁମାନଙ୍କ ପ୍ରତିମୂର୍ତି

ନୂଆଦିଲ୍ଲୀ: ତାମିଲନାଡୁରୁ ୫୦୦ ବର୍ଷ ତଳୁ ଚୋରି ହୋଇଥିବା ବିରଳ ହନୁମାନଙ୍କ ପ୍ରତିମୂର୍ତି ଭାରତ ଫେରିବ । ୨୦୧୨ ଏପ୍ରିଲ ୯ରେ ଅରିୟାଲୁର ଭେଲ୍ଲୁର ଗ୍ରାମରେ ଥିବା ପେରୁମାଲା ମନ୍ଦିରରୁ ଏହି ପ୍ରତିମୂର୍ତି ଚୋରି ହୋଇଯାଇଥିଲା । ଏହାକୁ ଅଷ୍ଟ୍ରେଲିଆରେ ନିଲାମ କରାଯାଇଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ ଭଗବାନଙ୍କ ପ୍ରତିମୂର୍ତି ଖୁବ୍ ଶୀଘ୍ର ଫେରିବା ନେଇ ସୂଚନା ଦେଇଛନ୍ତି ।

୧୪ତମ ଶତାବ୍ଦୀର ଏହି ମୂର୍ତି ଏବେ ଅଷ୍ଟ୍ରେଲିଆରେ ରହିଛି । ମୂର୍ତିକୁ କିଣିଥିବା ବ୍ୟକ୍ତିଜଣଙ୍କ ଭାରତରୁ ଏହା ଚୋରି ହୋଇଥିବା ଜାଣି ନ ଥିଲେ । ଏବେ ୟୁଏସ ହୋଲ ଲ୍ୟାଣ୍ଡ ସିକ୍ୟୁରିଟି ପକ୍ଷରୁ କାନବେରାରେ ଅବସ୍ଥାପିତ ଭାରତୀୟ ହାଇକମିଶନକୁ ଏହା ପ୍ରଦାନ କରାଯାଇଛି ।

Comments are closed.