ଭୁବନେଶ୍ୱର: ତାଲାବନ୍ଦ ମଧ୍ୟରେ ଦାମୀ ଗାଡିରେ ବୁହା ଚାଲିଛି ବିଦେଶୀ ମଦ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲିରୁ ବିପୁଳ ବ୍ରାଣ୍ଡେଡ ବିଦେଶୀ ମଦ ଜବତ ହୋଇଛି । ବଡ କଥା ହେଲା ଏହି ମଦ ଗୁଡିକୁ ଏକ ଦାମୀ ଗାଡିରେ ବୁହା ଯାଉଥିବା ଜଣାପଡିଛି ।
ପୋଲିସ ଖବର ପାଇ ଚଢ଼ାଉ କରି ଗାଡିରୁ ୫୧ ଲିଟର ବିଦେଶୀ ଜବତ କରିଛି । ଏଥିସହ ଏସ୍ୟୁଭି ଗାଡି ଚାଳକଙ୍କଠାରୁ ନଗଜ ୨୮,୫୦୦ ଟଙ୍କା ମଧ୍ୟ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ନୟାପଲ୍ଲି ଥାନା ପୋଲିସ ଓ କ୍ୟୁଏଟି ଟିମ୍ ରେଡ୍ କରି ଗାଡିକୁ ଧରିଛି । କିଛି ଦିନ ତଳେ ରାଜଧାନୀରେ ଦାମୀ ଗାଡିରୁ ବିଦେଶୀ ମଦ ଜବତ କରାଯାଇଥିଲା । କରୋନାର କଟକଣା ଭିତରେ ଅଳ୍ପ କିଛି ଦୋକାନ ଖୋଲିବାକୁ ବିଏମ୍ସି ଅନୁମତି ଦେଇଥିବା ବେଳେ ମଦ ଦୋକାନ ପୁରା ବନ୍ଦ ରହିଛି । ଆଉ ଏଭଳି ସ୍ଥିତିରେ ଚୋରା ମଦ କାରବାର ମଧ୍ୟ ଜାରି ରହିଛି ।
BREAKING NEWS
- ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ
- ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ
- “ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ ପଲିଟେକ୍ନିକ୍ କଲେଜ
- ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…
- ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ
- ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ
- Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି
- ଥାଇଲାଣ୍ଡରେ ୩୦ ବର୍ଷ ପରେ ଦେଖିବାକୁ ମିଳିଲା ବିଲୁପ୍ତ ପ୍ରାୟ ପ୍ରାଣୀ
- ବାଂଲାଦେଶର ସବୁଠାରୁ ଧନୀ ଏହି ବ୍ୟକ୍ତି, ମୁକେଶ ଅମ୍ୱାନୀଙ୍କ ତୁଳନାରେ ଏତେ…
- BSNLର ଧମାକା ! ୨୨୫ ଟଙ୍କାରେ ମିଳିବ ପୂରା ୯୦ ଜିବି ଡାଟା, ଏହି ଦିନ ଅଫରର ଲାଷ୍ଟ ଡେଟ୍
Comments are closed.