Latest Odisha News

BREAKING NEWS

ନିଜ ନିଜ ଶ୍ରମିକଙ୍କୁ ଫେରାଇ ନିଅ: ମହାରାଷ୍ଟ୍ର

ମହାରାଷ୍ଟ୍ର: କରୋନାର କଟକଣା ପାଇଁ ମହାରାଷ୍ଟ୍ରରେ ଫସିଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ସବୁ ରାଜ୍ୟକୁ ଅନୁରୋଧ କରିଛି ମହାରାଷ୍ଟ୍ର । ବର୍ତ୍ତମାନ ଲକଡାଉନ୍‌କୁ ମାସେ ପୂରିଛି । ଏହାରି ଭିତରେ ମହାରାଷ୍ଟ୍ରରେ ସାଢ଼େ ୩ ଲକ୍ଷ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ବ୍ୟବସ୍ଥା କରିବାକୁ ମହାରାଷ୍ଟ୍ର ସରକାର କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ନାନ୍ଦେଡରେ ଫସି ରହିଥିବା ଶହେ ଜଣିଆ ସିଖ୍ ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ବସ୍‌ରେ ପଂଜାବ, ହରିଆଣା ଏବଂ ନୂଆଦିଲ୍ଲୀ ପଠାଯାଇଛି । ଏଥିସହ ଉତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଛତିଶଗଡକୁ ସେମାନଙ୍କ ଶ୍ରମିକଙ୍କୁ ଫେରାଇ ନେବାକୁ କହାଯାଇଛି ।

ନାନ୍ଦେଡରେ ଫସିଥିବା ଅନ୍ୟ ପର୍ଯ୍ୟଟକଙ୍କୁ ପର୍ଯ୍ୟାୟକ୍ରମେ ଆଣିବାକୁ ପଂଜାବ ସରକାର ୮୦ଟି ବସ୍ ପଠାଇଛନ୍ତି । ୩,୩୦୦ କିଲୋମିଟର ଦୂରରୁ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାକୁ ଅଭିଯାନ ଆରମ୍ଭ ହୋଇଛି ।

Leave A Reply

Your email address will not be published.