ଝୁଡିକି: କେରଳର ଝୁଡିକ ଅଂଚଳର ଏକ ବୟସ୍କ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ସାଇଟରେ ବେଶ୍ ପସନ୍ଦ କରାଯାଉଛି । ଚିନ୍ନାମା ଓ କୋଚୁକୁଟି ୫୮ ବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ସେମାନଙ୍କ ନିକଟରେ ବିବାହ ସମୟର କୌଣସି ଫଟୋ ନ ଥିଲା । ଏହା ଦେଖି ନାତୁଣୀ ସେମାନଙ୍କୁ ବର, କନ୍ୟା ବେଶରେ ସଜାଇ ଫଟୋ ଉଠାଇଥିଲେ । ଏହାକୁ ସେ ସୋସିଆଲ ସାଇଟରେ ଛାଡିବା ପରେ ଏହା ଭାଇରାଲ ହୋଇଥିଲା ।
ବିବାହର ଏତେ ବର୍ଷ ପରେ ସେମାନଙ୍କ ବୁଝାମଣା ଓ ପରସ୍ପର ଭଲ ପାଇବା ଏହି ଫଟୋ ଗୁଡିକରେ ଝଲସି ଉଠୁଥିଲା । ଜେଜେ ବାପା କଳା ରଙ୍ଗର ସୁଟ ପିନ୍ଧିଥିବା ବେଳେ ଜେଜେ ମାଆ ଧଳା ରଙ୍ଗର ସୁନ୍ଦର ଶାଢ଼ୀ ପିନ୍ଧିଥିଲେ । ଫଟୋଗୁଡିକ ମନୋରମ ସ୍ଥାନରେ ଉଠା ଯାଇଥିବାରୁ ଅଧିକ ସୁନ୍ଦର ଲାଗୁଥିଲା ।
Comments are closed.