Latest Odisha News

BREAKING NEWS

ଭୁବନେଶ୍ବରରୁ ୫୮୧ କରୋନା ପଜିଟିଭ୍ ଚିହ୍ନଟ, ୨୦୪ ସୁସ୍ଥ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକମ୍ରଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ବି ଦେଖାଇଲାଣି ତତ୍ପରତା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ । ସେହିପରି ସୁସ୍ଥ ହୋଇଛନ୍ତି ୨୦୪ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ପଟିଆରୁ ୩୮ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୩୫, ଖଣ୍ଡଗିରିରୁ ୨୯, ଟଙ୍କପାଣି ରୋଡରୁ ୨୬, ନୟାପଲ୍ଲୀରୁ ୨୪, ଚନ୍ଦ୍ରଶେଖରପୁରରୁ ୨୨, ଆଇଗିଣିଆରୁ ୧୯ ଜଣ ଅଛନ୍ତି । ସେହିପରି ରସୁଲଗଡରୁ ୧୫ ଜଣ ଥିବା ବେଳେ, ମଞ୍ଚେଶ୍ବରରୁ ୧୧, ଆର୍ଯ୍ୟବିହାରରୁ ୯, ୟୁନିଟ -୯, ବଡ଼ଗଡ଼, ନିଳାଦ୍ରୀବିହାରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୯ ଜଣ ଥିବା ବେଳେ, ବରମୁଣ୍ଡାରୁ ୮ ଜଣ, ବମିଖାଲ ଓ ଚନ୍ଦ୍ରଶେଖରପୁର, ଟଙ୍କପାଣି ରୋଡରୁ ୬ ଜଣ ଲେଖାଏଁ, ପଟିଆରୁ ୫ ଜଣ, ନୟାପଲ୍ଲୀରୁ ୪ ଜଣ, ଡମଣା ଓ ପୋଖରୀପୁଟରୁ ୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ୩୬ ହଜାର ୭୨୮ରେ ପହଞ୍ଚିଥିବା ବେଳେ, ୨୫୦ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୩୩ ହଜାର ୨୦୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ବାକି ୩୨୪୯ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.