Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୯୦ ଜଣ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୩୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୬୦ । ସେହିପରି ଭୁବନେଶ୍ବରରୁ ଆଜି ସୁସ୍ଥ ହୋଇଛନ୍ତି ୧୩୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଥିବା ୪୬୦ ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୨୫ ଜଣ ଥିବା ବେଳେ, ଖଣ୍ଡଗିରିରୁ ୨୦, ଲକ୍ଷ୍ମୀସାଗରରୁ ୧୯, ଚନ୍ଦ୍ରଶେଖରପୁରରୁ ୧୪, ବରମୁଣ୍ଡାରୁ ୧୨ ଜଣ ପଜିଟିଭ୍ ଅଛନ୍ତି । ସେହିପରି ନୀଳାଦ୍ରିବିହାରରୁ ୧୧ ଜଣ, ଜାଗମରାରୁ ୭ ଜଣ, ମଞ୍ଚଶ୍ବରରୁ ୯ ଜଣ, ବାପୁଜୀନଗରରୁ ୭ଜଣ, ଆଇଆରସି ଭିଲେଜରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୩୦ ଜଣଙ୍କ ମଧ୍ୟରୁ ପଟିଆରୁ ୧୧, ନୟାପଲ୍ଲୀରୁ ୯, ପୋଖରୀପୁଟରୁ ୭, ୟୁନିଟ୍ ୯, ଚନ୍ଦ୍ରଶେଖରପୁର ଓ ଟଙ୍କପାଣି ରୋଡରୁ ୫ ଜଣ ଲେଖାଏଁ, ଓଲ୍ଡ ଟାଉନରୁ ୮ ଜଣ ଆକ୍ରାନ୍ତ ଅଛନ୍ତି । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବରରୁ ଚିହ୍ନଟ ହେଲେଣି ୩୭ ହଜାର ୭୯୪ ଜଣ । ସେହିପରି ୩୩ ହଜାର ୪୮୭ ଜଣ ସୁସ୍ଥ ହୋଇଥିବା ବେଳେ, ୨୫୦ ଜଣଙ୍କ ଜୀବନ ଗଲାଣି । ବାକି ୪ ହଜାର ୩୬ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.