Latest Odisha News

BREAKING NEWS

5G ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି, ୨୦ ଲକ୍ଷ ଟଙ୍କା ଜରିମାନାକୁ ୨ ଲକ୍ଷ କଲେ ହାଇକୋର୍ଟ

ଦିଲ୍ଲୀ :୫ଜି ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି ।୫ ଜି ନେଟୱାର୍କିଂ ମାମଲାରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଉପରେ କରାଯାଇଥିବା ୨୦ ଲକ୍ଷ ଟଙ୍କା ଜରିମାନାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ଏହି ଜରମାନାକୁ ଦିଲ୍ଲୀ ହାଇକୋର୍ଟ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି । ଏହା ସହିତ କିଛି ସର୍ତ୍ତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜୁହା ଚାୱଲାଙ୍କ ଓଳିଲ ବରିଷ୍ଠ ଆଇନଜୀବୀ ସଲମାନ ଖୁରସିଦି କୋର୍ଟରେ ଏନେଇ ଆଗରୁ ଅପିଲ କରିଥିଲେ । ଜରମାନାକୁ ଖାରଜ କରିବା ପାଇଁ ପିଟିସନ ଦାଖଲ କରିଥିଲେ ।

ଗୁରୁବାର ବିଚାରପତିଙ୍କ ଦ୍ୱାରା ଏନେଇ ବିଚାର କରାଯାଇଥିଲା ଯେଉଁଥିରେ ଜୁହିଙ୍କୁ ଆଶ୍ୱସ୍ତି ମିଳିଛି । କୋର୍ଟ ଜୁହିଙ୍କୁ କିଛି ସର୍ତ୍ତ ମଧ୍ୟ ରଖିଥିଲେ ।ଯେ କୌଣସି ସମୟରେ ଜୁହିଙ୍କୁ କୋର୍ଟରେ ହାଜର  ହେବା ପାଇଁ କୁହାଯିବ ଜୁହି ହାଜର ହେବାପାଇଁ କୋର୍ଟର ସର୍ତ୍ତ ଥିଲା । ସେପଟେ ଜୁହିଙ୍କ ଓକିଲ କହିଛନ୍ତି ଜୁହି ଜଣେ ସେଲିବ୍ରେଟି ହେଲେ ମଧ୍ୟ ସାଧାରଣ ମଣିଷ । କିଛି ସାର୍ବଜନୀନ କାର୍ଯ୍ୟ ପାଇଁ କିଛି ଭଲ ଉଦେଶ୍ୟ ରଖି ତାଙ୍କର ବ୍ୟବହାର କରାଯାଉଛି ।

Comments are closed.