ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫ଟି’ ବ୍ୟବସ୍ଥାକୁ ପୁରୁଣା ଶାସନ ପ୍ରଣାଳୀ ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ ।
“୫ଟି (ପାରଦର୍ଶିତା, ଟିମ୍ ୱାର୍କ, ପ୍ରଦ୍ୟୋଗିକ, ସମୟ ଓ ପରିବର୍ତ୍ତନ) ରାଜ୍ୟ ସରକାରଙ୍କର ଏକ ଅଭିନବ କାର୍ଯ୍ୟ ପ୍ରଣାଳୀ ନୁହେଁ । ଆଇଏଏସ୍ ପ୍ରଶିକ୍ଷଣ ସମୟରେ ଏସମ୍ପର୍କରେ ପାଠ ପଢାଯାଇଥାଏ” ବୋଲି ଗୁରୁବାର ଦିନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଆୟୋଜିତ ‘ରନ୍ ଫର୍ ୟୁନିଟି’ରେ ଭାଗ ନେଇ ସେ କହିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, “ବିଜେଡି ସରକାର ୨୦ ବର୍ଷ ଶାସନ କରିବା ପରେ କାହିଁକି ଏହି ପ୍ରଣାଳୀ ଆଣିଲେ? ଯେମିତ ଲାଗୁଛି ସେମସୟରେ ଏହି ପ୍ରଣାଳୀ ନଥିଲା ।”
ଆହୁରି ମଧ୍ୟ ଏହି ବିଭାଗକୁ ପରିଚାଳିତ କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍ ନୁହେଁ । ଏହା ଫଳରେ ଅନ୍ୟ ବିଭାଗଗୁଡିକ ଦୁର୍ବଳ ହୋଇ ପଡିବ ବୋଲି ସେ ପ୍ରକାଶ କରିଛନ୍ତି ।
ତେବେ ଏହା ସୁଶାସନ ନୁହେଁ ବରଂ ଏହି ପ୍ରଣାଳୀ ମନ୍ତ୍ରୀ ଓ ସଚିବଙ୍କ ଗାରିମା ଉପରେ ଏକ ପ୍ରଶ୍ନବାଚୀ ବୋଲି ବିଜେପି ସାଂସଦ ଜଣକ କହିଛନ୍ତି ।
Comments are closed.