Latest Odisha News

BREAKING NEWS

୫-ଟି ସ୍କୁଲର ପ୍ଲାଷ୍ଟର ଖସିପଡ଼ିଲା, ୮ ମାସ ତଳେ ହୋଇଥିଲା ନବୀକରଣ

ସୁନ୍ଦରଗଡ଼: ଜିଲ୍ଲାର ଏକ ୫-ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ଖେଳ ଛୁଟି ପାଇଁ ବାହାରକୁ ଯାଇଥିବା ବେଳେ ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର କିଛି ଅଂଶ ଖସି ପଡ଼ିବାରୁ ସେମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁରେ ରହିଛି ଏହି ୫-ଟି ସରକାରୀ ବିଦ୍ୟାଳୟ।

ମାତ୍ର ୮ ମାସ ତଳେ ରାଜ୍ୟ ସରକାରଙ୍କ ୫-ଟି ପଦକ୍ଷେପରେ ବିଦ୍ୟାଳୟର ରୂପରେଖ ବଦଳି ହୋଇଥିଲା। ତେବେ ମରାମତି ସମୟରେ ଠିକାଦାର ଓ ଅଧିକାରୀମାନେ ଦୁର୍ନୀତି ଓ ଅବହେଳା କରିଥିବା ଅଭିଯୋଗ ହୋଇଛି। ଖେଳ ବିରତି ସମୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରୁ ଦୂରରେ ଥିବାରୁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

ମାତ୍ର ୮ ମାସ ତଳେ ନବୀକରଣ କାମ ହୋଇଥିବା ଦର୍ଶାଇ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର ବୋଲି କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକ କହିଛନ୍ତି।

Leave A Reply

Your email address will not be published.