ଭୁବନେଶ୍ୱର:୫ଟି ସଚିବଙ୍କୁ ନେଇ ତେଜିଲା ବିବାଦ । ବିଜେପି ପରେ କଡା ବିରୋଧ କଲା କଂଗ୍ରେସ । ଖୋଲାଖୋଲି ଧମକ ଦେଲେ କଂଗ୍ରେସ ବିଧାୟକ ପାଣ୍ଡିଆନ ଯୁଆଡେ ଯିବେ କାଳି ଆଉ ଅଣ୍ଡାମାଡ କରିବ କଂଗେସ । ସେପଟେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଲେ BJD ନେତାଙ୍କ ପାଖେ ୨ଟି ବିକଳ୍ପ । କ୍ରୀତଦାସ ହୁଅ ନହେଲେ ଜେଲ୍ରେ ରୁହ ।
୫ଟି ସଚିବଙ୍କ ଭି.କେ ପାଣ୍ଡିଆନଙ୍କୁ ଜୋରଦାର ବିରୋଧ ଆରମ୍ଭ ହୋଇଯାଇଛି । ଗତକାଲି ୩ ଦିନିଆ ଗଞ୍ଜାମ ଗସ୍ତରେ ସଚିବ ଯାଇଥିବେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇଥିଲେ । ଲାଞ୍ଜିପାଲିଠାରେ ବିଧାୟକଙ୍କ ଗାଡିକୁ ଅଟକାଇଥିଲେ ବିଜେଡି ସମର୍ଥକ । ବିଧାୟକଙ୍କୁ ସଚିବଙ୍କ କାର୍ଯକ୍ରମ ସ୍ଥଳ ପର୍ଯ୍ୟନ୍ତ ଯିବାକୁ ଦେଇ ନ ଥିଲେ । ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛି କଂଗ୍ରେସ ।
କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଯାହାପ୍ରତି ଏଭଳି ଆଚରଣ କରାଗଲା ସେ ଜନପ୍ରତିନିଧି । ବିଜେଡିରେ ଜନପ୍ରତିନିଧିଙ୍କର କୌଣସି ସମ୍ମାନ ନାହିଁ । ତେବେ ବିଜେଡି ନେତାଙ୍କ ପାଖେ ୨ଟି ବିକଳ୍ପ । କ୍ରୀତଦାସ ହୁଅ ନହେଲେ ଜେଲ୍ରେ ରୁହ ।
ଅନ୍ୟପକ୍ଷେ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ କହିଛନ୍ତି, ବ୍ୟୁରୋକ୍ରାଟମାନେ ଜନପ୍ରତିନିଧି । ସେମାନଙ୍କ ପ୍ରତି ଅପମାନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ନବୀନଙ୍କୁ ଅଣ୍ଡା ମାରିଲେ ୩୦୭, ପ୍ରଦୀପଙ୍କୁ ଅଣ୍ଡା ମାରିଲେ ମାଫ୍ ବୋଲି କହି ରାଜ୍ୟ ସରକାରଙ୍କ ନୀତିକୁ କଟାକ୍ଷ କରିଛନ୍ତୁ ଶରତ ।
ଅନ୍ୟପକ୍ଷେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ୫ଟି ସଚିବଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, ୫ଟି ସଚିବଙ୍କୁ ଅଣ୍ଡା ଆଉ କାଳି ମାଡ଼ ହେବ । – ସେ କହିଛନ୍ତି, ପ୍ରଦୀପଙ୍କୁ ଅଣ୍ଡାମାଡ଼ ହେଲା, କେହି ଗିରଫ ହେଲେନି । ସରକାରୀ ଅଫିସରଙ୍କ ପାଇଁ ଆଇନ ଅଲଗା ହୋଇଯାଉଛି । ପାଣ୍ଡିଆନଙ୍କୁ ସବୁ ଜାଗାରେ କାଳି ମାଡ଼ ଆବଶ୍ୟକ । ପାଣ୍ଡିଆନଙ୍କୁ ସବୁଠି କଂଗ୍ରେସ ଅଣ୍ଡା ମାଡ଼ କରିବ ବୋଲି ସେ ଖାେଲାଖୋଲି ଚେତାବନୀ ଦେଇଛନ୍ତି ।
Comments are closed.