ବ୍ରହ୍ମପୁର: ଗଞ୍ଜାମ ଜିଲାରେ ତୃତୀୟ ପର୍ଯ୍ୟନ୍ତ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଗତ ମଙ୍ଗଳବାର ଭିଡ଼ିଓ କନ୍ଫ୍ରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଭବିଷ୍ୟତରେ କିଏ କ’ଣ ହେବାକୁ ଚାହୁଁଛନ୍ତି, ସେନେଇ ସଚିବ ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ। ଚିକିଟି ବ୍ଲକର ଏକ ସରକାରୀ ବିଦ୍ୟାଳୟର ଛାତ୍ର ସୁରଦ ଭାସ୍କର କହିଥିଲେ, ସେ ଭବିଷ୍ୟତରେ ପାଇଲଟ ହେବାକୁ ଚାହୁଁଛନ୍ତି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଗୁ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଭାସ୍କରଙ୍କ ଠାରୁ ଏଭଳି ଉତ୍ତର ଶୁଣି ଗଭୀର ପ୍ରଭାବିତ ହୋଇଥିଲେ ସଚିବ ପାଣ୍ଡିଆନ୍। ବିଜୁ ପଟ୍ଟନାୟକଙ୍କ ଜୀବନକୁ ନେଇ ପ୍ରସ୍ତୁତ କମିକ୍ସ ପୁସ୍ତକ ‘ ଦ ଆଡଭେନ୍ସଚର୍ସ ଅଫ୍ ଦ ଡେରଡେଭିଲ୍ ଡେମୋକ୍ରାଟ୍’କୁ ଭାସ୍କରଙ୍କ ପାଇଁ ପଠାଇଥିଲେ। ଶୁକ୍ରବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ପୁସ୍ତକ ଭାସ୍କରଙ୍କୁ ହସ୍ତାନ୍ତର କରିଛନ୍ତି। ପୁସ୍ତକ ପାଇବା ପରେ ଖୁସୀ ପ୍ରକାଶ କରିଥିଲେ ଭାସ୍କର। ଅନ୍ୟପଟେ ସଚିବ ପାଣ୍ଡିଆନ୍ ଜଣେ ଛାତ୍ରଙ୍କ ସ୍ବପ୍ନ ବିଷୟରେ ଶୁଣିବା ପରେ ତାଙ୍କ ପାଖକୁ ପୁସ୍ତକ ପଠାଇବାକୁ ନେଇ ଜିଲାରେ ଆଲୋଚନାର ବିଷୟ ହୋଇଛି। ଅନେକ ତାଙ୍କୁ ପ୍ରଶଂସା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୫-ଟି ସଚିବ ପାଣ୍ଡିଆନ୍ ୨୦୦୭ ଏପ୍ରିଲ୍ରୁ ୨୦୧୧ ଏପ୍ରିଲ୍ ପର୍ଯ୍ୟନ୍ତ ଗଞ୍ଜାମ ଜିଲାପାଳ ରହିଥିଲେ। ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୧୦୭ଟି ବିଦ୍ୟାଳୟ ରୂପାନ୍ତରିତ ହେବ।
BREAKING NEWS
- MPATGM:ପୁଣି କମାଲ୍ କଲା DRDO; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ହେଲା ସଫଳ ପରୀକ୍ଷଣ
- chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
Comments are closed.