Latest Odisha News

BREAKING NEWS

ଧାମନଗରରେ ଅବନ୍ତୀଙ୍କ ଭୋଟକୁ ହାଇଜାକ କରିବେ କି ରାଜୁ ଦାସ ?

ଭଦ୍ରକ: ଧାମନଗର ଉପନିର୍ବାଚନ ନାମାଙ୍କନର ଶେଷ ଦିନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଥାଟବାଟ ଧରି ବିଜେଡି ଧାମନଗରରେ ଶକ୍ତି ପ୍ରଦର୍ଶନ କରିଛି । ସେପଟେ ବିଜେଡି ଟିକେଟ୍ ନପାଇ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରି ବିଜେଡିକୁ ଝଟକା ଦେଇଛନ୍ତି । ହେଲେ ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥିତ୍ୱ ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିଜେଡି ନେତା । ବାଲେଶ୍ୱର ଭଳି ଧାମନଗରରେ ବିଜେଡି ଜିତିବ ବୋଲି ନେତା ଆଶାବାଦୀ ।

ଦଳ ଛାଡ଼ିବା ପରେ ରାଜୁ ଦାସଙ୍କ ଯୋଗ୍ୟତା ଆଉ ନାହିଁ । ତାଙ୍କୁ ନେଇ ବିଜେଡି ଭୟଭୀତ ନାହିଁ । ଫଳାଫଳ ଆସିଲେ ଜାଣି ପାରିବେ ବୋଲି କହିଛି ବିଜେଡି । ଯାହା ଉପରେ ପ୍ରତିକ୍ରିୟା ରଖି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ କହିଛନ୍ତି, ଲୋକଙ୍କ କଥାରେ ମୁଁ ପ୍ରାର୍ଥୀ ହୋଇଛି । ଲୋକ ମୋତେ ଭୋଟ୍ ଦେଇ ବିଜୟୀ କରାଇବେ ।

ତେବେ ଉପନିର୍ବାଚନ ଇତିହାସରେ ଆଦୌ ହାରି ନଥିବା ବିଜେଡି ଧାମନଗର ବିଜୟୀ ନେଇ ଆଶାବାଦୀ ରହିଛି । ନଭେମ୍ବର ୩ରେ ଭୋଟ୍ ପଡ଼ିବା ପରେ ୬ରେ ଜଣା ପଡ଼ିବ କାହାର ହେବ ଧାମନଗର । ଲୋକେ ସୂର୍ଯ୍ୟବଂଶୀଙ୍କ ଉପରେ ଅନୁକମ୍ପା ଅଜାଡ଼ିବେ ନା ମହିଳା ଶକ୍ତି ଅବନ୍ତୀ ମୁକୁଟ ପିନ୍ଧିବେ ?

Leave A Reply

Your email address will not be published.