ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୧ ରେକର୍ଡ ହୋଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କୁମଙ୍ଗ ସହର ନିକଟ ତିମୋର ଦ୍ୱୀପର ପଶ୍ଚିମରେ ୩୬.୧ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି । ଭୂକମ୍ପଟି ଏତେ ଶକ୍ତିଶାଳୀ ଥିଲା ଯେ ଲୋକେ ନିଜ ଘରୁ ବାହାରି ଏଣେତେଣେ ଦୌଡୁଥିବାର ଦେଖିବାକୁ ମିଳିଛି ।
ପ୍ରଶାନ୍ତ ମହାସାଗରରେ “ରିଙ୍ଗ ଅଫ୍ ଫାୟାର” ସ୍ଥିତି ହେତୁ ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ଅନୁଭୂତ ହୁଏ । ଯାହା ଜାପାନରୁ ଦକ୍ଷିଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ବ୍ୟାପିଥାଏ । ଗତ ବର୍ଷ ନଭେମ୍ବର ମାସରେ ଜାଭା ଦ୍ୱୀପପୁଞ୍ଜରେ ଥିବା ପଶ୍ଚିମ ଜାଭା ପ୍ରଦେଶରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ ୬୦୨ ଜଣଙ୍କର ମୃତ୍ୟୁ ଘଟିଥିଲା ।
Comments are closed.