Latest Odisha News

BREAKING NEWS

ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା ୬.୫

ମାଲୁକ: ଇଣ୍ଡୋନେସିଆରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ସମୟ ଭୋର ୫ଟା ୧୬ ମିନିଟରେ ଏହା ଅନୁଭୂତ ହୋଇଛି ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡିଛି । ତେବେ ଏହି ଭୂକମ୍ପରେ କିଛି କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ପ୍ରାଣହାନି ଘଟିନଥିବା ଜଣା ପଡିଛି ।

ସୂଚନାଯୋଗ୍ୟ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର ପାଲୁଠାରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ଥିଲା ୭.୫ । ଏଥିରେ ପାଖାପାଖି ୪୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.