Latest Odisha News

BREAKING NEWS

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ମୃତ, ୫ ଗୁରୁତର

ଭୁବନେଶ୍ଵର: ଆକାଶରୁ ଖସିଲା ମୃତ୍ୟୁ । ଚାଲିଗଲା ୬ଜଣଙ୍କ ଜୀବନ । ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ବଜ୍ରପାତର ଘଟଣା ସାମ୍ନାକୁ ଆସିଛି । ସେପଟେ ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଜଣଙ୍କ ଜୀବନ ଯାଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକରେ ୨ ଜଣ ଓ ସମ୍ବଲପୁରରେ ୩ ଜଣ ଗୁରୁତର ହୋଇଛନ୍ତି।

ଭଦ୍ରକ ଜିଲ୍ଲାରେ ୩ଜଣ ଚାଷୀ ବିଲରେ କାମ କରରୁଥିବା ବେଳେ ଭୀଷଣ ଜୋରରେ ବଜ୍ରପାତ ହୋଇଥିଲା । ଫଳରେ ସେହି ବିଲରେ ହିଁ ଦୁଇ ଜଣ ଚାଷୀ ଟଳିପଡିଥିଲେ । ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ଜୀବନ ଯାଇଛି। କେନ୍ଦ୍ରାପଡାରେ ବଜ୍ରପାତରେ ମଧ୍ୟ ଜଣେ ଚାଷୀଙ୍କ ଜୀବନ ଯାଇଛି।

Comments are closed.