Latest Odisha News

BREAKING NEWS

ସର୍ପାଘାତରେ ୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ସର୍ପାଘାତ ଯୋଗୁଁ ଓଡ଼ିଶାର ଅନୁଗୁଳ, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାରେ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ଅନୁଗୁଳ ଜିଲ୍ଲା ବେଣ୍ଟପୁର ଗ୍ରାମର ଦୁଇ ଭଉଣୀ ସୁଜାତା ସାହୁ (୧୧) ଏବଂ ରୋଜାଲିନ୍ ସାହୁ (୧୩)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଦୁଇ ଭଉଣୀ ଶୋଇଥିବା ସମୟରେ ସାପ କାମୁଡ଼ିଦେଇ ଚାଲିଯାଇଥିଲା । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ମେଡ଼ିକାଲ୍ ନେଇଥିଲେ ମଧ୍ୟ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ସେହିପରି ଗଞ୍ଜାମ ଜିଲ୍ଲାର କୋଦଳା ବ୍ଳକ ଅନ୍ତର୍ଗତ ନୂଆପାଲ୍ଲୀ ଗ୍ରାମରେ ଜଣେ ମହିଳା ଏବଂ ତାଙ୍କର ଶିଶୁ ପୁତ୍ରକୁ ସାପ କାମୁଡ଼ିବା ଯୋଗୁଁ ଦୁହିଁଙ୍କର ମୃତ୍ୟୁ ଘଟିଛି । ପିଲାଟିକୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜକୁ ଚିକିତ୍ସା କରିବାକୁ ନେବା ବାଟରେ ତା’ର ମୃତ୍ୟୁ ଘଟିଥିବା ବେେଳେ, ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି ।

ଏହାବ୍ୟତୀତ କବିସୂର୍ଯ୍ୟନଗରରେ ଜଣେ ଯୁବକଙ୍କୁ ସାପ କାମୁଡ଼ିଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ତଳପଦା ପଞ୍ଚାୟତର ଗୁରୁମା ଗ୍ରାମରେ ଧରିତ୍ରୀ ପାତ୍ର ନାମ୍ନୀ ଜନୈକା ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.