Latest Odisha News

BREAKING NEWS

ଅଭୟାରଣ୍ୟରୁ ୬ ଶିକାରୀ ଗିରଫ, ପାଖରେ ଥିଲା ୧୪୬ ବଜ୍ରକାପ୍ତା କାତି ସହ ବିସ୍ଫୋରକ ସାମଗ୍ରୀ

ବାଲେଶ୍ଵର: ନୀଳଗିରି ଅଞ୍ଚଳର କୁଳଡିହା ବନ ବିଭାଗକୁ ବଡ଼ ସଫଳତା । କୁଳଡିହା ଅଭୟାରଣ୍ୟରେ ୬ ଶିକାରୀ ଓ ବେପାରୀ ଗିରଫ । ଜବତ ସାମଗ୍ରୀ ହେଲା ୧୪୬ ବଜ୍ରକାପ୍ତା କାତି, ଦେଶୀ ବନ୍ଧୁକ, ଝିଙ୍କ କାଠି, ଧନୁତୀର, ବିସ୍ଫୋରକ ଆଦି ।

ସୂଚନାଥାଉକି, ଏଆଇ କ୍ୟାମେରାରୁ ପ୍ରଥମେ ୩ ଜଣ ଶିକାରୀ ଗିରଫ ହୋଇଥିଲେ । ଏହାପରେ ଫୋନ୍ ଟ୍ରାକ୍ ମାଧ୍ୟମରେ ଜଣକ ପରେ ଜଣେ ଶିକାରୀ ଧରାପଡ଼ୁଛନ୍ତି । ୨ ସପ୍ତାହ ମଧ୍ୟରେ ୨୨ ଜଣ ଶିକାରୀ ଓ ବେପାରୀ ଗିରଫ ହେଲେଣି । ଏ ପର୍ଯ୍ୟନ୍ତ ଗୁହାଳିଆ, ହାତୀଖୁଲିଆ, ପଞ୍ଚଲିଙ୍ଗଶ୍ୱର ଅଞ୍ଚଳରୁ ୨୨ ଜଣ ଶିକାରୀ ଓ ବେପାରୀ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.