ଅନୁଗୁଳ: ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍, ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ ଆବିଦ, ମିର ହାସିମ୍, ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା । ପୋଲିସ ସେମାନଙ୍କ ଠାରୁ ନଗଦ ୩୩ ଶହ ଟଙ୍କା, ଗୋଟିଏ ଲୁହା ରଡ, ଗୋଟିଏ ଛୁରୀ ଓ ୨ଟି ଚୋରା ମୋବାଇଲ୍ କବତ କରିଛି ।
ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ଛେଣ୍ଡିପଦାର ଉତ୍କଳ ଡି କୋଇଲା ଖଣିରୁ ନାଲ୍କୋକୁ କୋଇଲା ଚାଲାଣ କରୁଥିବା ଜଣେ ଟିପ୍ପର ଚାଳକ ଓ ଅନ୍ୟ ଜଣେ ଟ୍ରଲର ଚାଳକ ଦୁର୍ଲ୍ଲଭଙ୍କ ଲୁଟପାଟର ଶିକାର ହୋଇଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଦୁର୍ବୃତ୍ତମାନେ ମୁସଲିମପଡା ଛକ ନିକଟରେ ଛପି ରହିଥିଲେ । ଦୁଇଟି ଯାକ ଗାଡ଼ି ଡିଆଇସି ଛକ ପଟୁ ଆସୁଥିବା ଦେଖି ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ଉଭୟଙ୍କୁ ଭୟଭୀତ କରାଇଥିଲେ ।
ନିର୍ଦ୍ଧୁମ ମାଡ଼ ମାରି ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏନେଇ ସେମାନଙ୍କୁ କୋଇଲା ଟ୍ରାନ୍ସପୋର୍ଟରେ ନିୟୋଜିତ କରିଥିବା ସଂସ୍ଥା ପକ୍ଷରୁ ଶନିବାର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଆଜି ଶେଷରେ ଡକାୟତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏମାନେ ପୂର୍ବରୁ ଏହିଭଳି ଅନେକ ଲୁଟ୍ କରିଥିବା ପୁଲିସ ସୂଚନା ଦେଇଛି ।
Comments are closed.