Latest Odisha News

BREAKING NEWS

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ, ୧୧ ଉଦ୍ଧାର

ବିହାର: ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ। ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି । ଫଳରେ ୬ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କଲା ଏସଡିଆରଏଫ୍ ଟିମ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ୧୭ରୁ ଅଧିକ ଯାତ୍ରୀ ଥିଲେ। ତେଣୁ କେତେ ଜଣ ନିଖୋଜ ଅଛନ୍ତି ସେ ସଂପର୍କରେ ସଠିକ ସୂଚନା ମିଳିପାରୁ ନାହିଁ । ନିଖୋଜଙ୍କୁ ଉଦ୍ଧାର ପାଇଁ SDRF ଟିମ୍‌ର ଉଦ୍ୟମ ଜାରି ରଖିଛି। ୧୭ ଭକ୍ତଙ୍କୁ ନେଇ ଡଙ୍ଗାଟି ଉମାନାଥ ଘାଟରୁ ଡାଇରା ଯାଉଥିଲା। ତେବେ ଏହି ଅଘଟଣର ଖବର ପରେ ବିହାର ସରକାରଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଏସଡିଆରଏଫ ଟିମ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଙ୍ଗାନଦୀରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.