Latest Odisha News

BREAKING NEWS

ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ରାଜ୍ୟର ୬ ସହର

ଭୁବନେଶ୍ୱର: ରାଜ୍ୟରେ ୬ ସହର ୧୫ ଡିଗ୍ରୀ ତଳେ ରହିଛି। ବୁଧବାର କ୍ରମାଗତ ଚତୁର୍ଥ ଦିନ ପାଇଁ ୧୧ ଡିଗ୍ରୀ ସେଲସିୟସ ସହ ଡାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ବୋଲି ଆଇଏମଡି କହିଛି।

ରାଜ୍ୟର ଅନ୍ୟ ପାଞ୍ଚଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ସେଗୁଡ଼ିକ ହେଉଛି ଫୁଲବାଣୀ ୧୩.୨, ଟିଟଲାଗଡ ୧୪.୫, ଝାରସୁଗୁଡା ୧୪.୬, କେନ୍ଦୁଝର ୧୪.୮, ସୋନପୁର ୧୪.୯ ରହିଛି।

ଭୁବନେଶ୍ୱର ଏବଂ କଟକରେ ସହର ଯଥାକ୍ରମେ ୧୮.୫ ଏବଂ ୧୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଆଇଏମଡି ଆହୁରି ମଧ୍ୟ କହିଛି ଯେ ୨୪ ଘଣ୍ଟା ପରେ ରାତିର ତାପମାତ୍ରାରେ ଧୀରେ ଧୀରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Comments are closed.