Latest Odisha News

BREAKING NEWS

ସୁରଟରେ ଭୁଶୁଡ଼ିଲା ୬ ମହଲା କୋଠା

ସୁରଟ: ଗୁଜରାଟର ସୁରଟରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି।ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ଏକାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ସୁରଟର ସଚିନ ଜିଆଇଡିସି ଅଞ୍ଚଳରେ ପ୍ରବଳ ବର୍ଷା ରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି। ୧୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଦୀର୍ଘଦିନ ହେବ କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା। ଲଗାଣ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ପଡିଥିବା କୁହାଯାଉଛି। ଅପରପକ୍ଷେ ଘର ମଧ୍ୟରେ କେତେ ଜଣ ଲୋକ ରହୁଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି।

Comments are closed.