ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କୁ ସାକ୍ଷାତ କରିଛନ୍ତି । କୋର୍ଟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏଚ୍-୧ ଏନ୍-୧ ଭାଇରସ ତଥା ସ୍ୱାଇନ୍ ଫ୍ଲୁ ପ୍ରତିରୋଧକ ଟୀକା ଦେବା ବ୍ୟବସ୍ଥା କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ପ୍ରଧାନ ବିଚାରପତି ଏସ୍ଏ ବୋବଡେ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ଅନ୍ୟ ବିଚାରପତିଙ୍କୁ ଡାଇକ ଏ ସଂକ୍ରାନ୍ତରେ ଏକ ଜରୁରୀକାଳିନ ବୈଠକ କରିଛନ୍ତି । ଏଥିରେ ସ୍ୱାଇନ୍ ଫ୍ଲୁର ମୁକାବିଲା ପାଇଁ ଆଲୋଚନା ହୋଇଛି । ଅନ୍ୟପଟେ ସୁପ୍ରିମକୋର୍ଟ ବାର୍ କାଉଂସିଲ୍ର ସଭାପତିଙ୍କୁ ମଧ୍ୟ ଡକାଇ ତାଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି ।
BREAKING NEWS
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
Comments are closed.